ଜିଏ ପ୍ଲଟ୍‌ ନଂ.୩୫୯ ଜବରଦଖଲ:ସରକାରୀ ଜମିରେ ୩ ମହଲା, ଭଡ଼ାରେ ଲାଗିଛି ୯୨ ବଖରା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ରାଜଧାନୀରେ ଯୋଜନାବଦ୍ଧ ଭାବେ ଚାଲିଛି ସରକାରୀ ଜମି ଜବରଦଖଲ। ଶହ ଶହ ଏକର ଅନାବାଦୀ, ଗୋଚର, ଜଙ୍ଗଲ ଜମିକୁ କବ୍‌ଜା କରି ସେଥିରେ ଗଢ଼ିଉଠୁଛି କଂକ୍ରିଟ ଘର। ଏପରି କି ସହରର ବିଭିନ୍ନ ସ୍ଥାନରେ ରହିଥିବା ସାଧାରଣ ପ୍ରଶାସନ ବିଭାଗ (ଜିଏ ଡିପାର୍ଟମେଣ୍ଟ)ର ମୂଲ୍ୟବାନ ଜମି ମଧ୍ୟ ପ୍ରଭାବଶାଳୀଙ୍କ କବ୍‌ଜାରେ ରହିଥିବାବେଳେ ସେଠାରେ ଆଜ୍‌ବେଷ୍ଟସ ଘରଠାରୁ ଆରମ୍ଭ କରି ବହୁତଳ କୋଠା ଭଡ଼ାରେ ଲାଗିଥିବା ଦେଖିବାକୁ ମିଳୁଛି। ଭଡ଼ା ବାବଦକୁ ଆସୁଥିବା କୋଟି କୋଟି ଟଙ୍କାରେ ଦାୟିତ୍ୱରେ ରହୁଥିବା କେତେଜଣ ଅସାଧୁ ଅଧିକାରୀଙ୍କ ଭାଗ ମଧ୍ୟ ରହୁଛି। ଫଳରେ ସେମାନେ ପରୋକ୍ଷରେ ଜବରଦଖଲକାରୀଙ୍କୁ ସବୁକିଛି ସହଯୋଗ ଓ ସୁରକ୍ଷା ଯୋଗାଇ ଦେଉଛନ୍ତି। ଅଭିଯୋଗ ଅବା ଚାପ ପଡ଼ିଲେ କିପରି ଉଚ୍ଛେଦକୁ ଏଡ଼ାଇ ହେବ ତାହାର ଗଳାବାଟ ମଧ୍ୟ ବତାଇ ଦେଉଛନ୍ତି। ଫଳରେ ଅଧିକାଂଶ ଉଚ୍ଛେଦ ନାମକୁ ମାତ୍ର କରାଯାଇ ବାହାବା ନିଆଯାଉଛି। କ୍ୟାବିନ, ଜରିପାଲ ଘର, ଗାଈ ଗୁହାଳ ଭଙ୍ଗା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ସରକାରୀ ଜମି କବ୍‌ଜା କରି ଗଢ଼ି ଉଠିଥିବା ବହୁତଳ କଂକ୍ରିଟ କୋଠାକୁ ସୁରକ୍ଷା ଯୋଗାଇ ଦିଆଯାଉଥିବା ଅନେକ ନଜିର ରହିଛି। ଘଟଣାକ୍ରମରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ହାଟ ନିକଟରେ ଥିବା ସାଧାରଣ ପ୍ରଶାସନ ବିଭାଗର ପ୍ଲଟ ନଂ.୩୫୯ରେ ଏଭଳି ବେଆଇନ ନିର୍ମାଣ ଦେଖିବାକୁ ମିଳିଛି। ଭୁବନେଶ୍ୱର ସହର ୟୁନିଟ୍‌ ନଂ.୪୧ ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ଉକ୍ତ ୭୮୦ ଡିସିମିଲ୍‌ର ପ୍ଲଟ୍‌ଟି ଉନ୍ନତ ଯୋଜନା ଯୋଗ୍ୟ କିସମ ଅଟେ। ତାହାକୁ ଜବରଦଖଲ କରାଯାଇ ସେଥିରେ ତିଆରି ହୋଇଥିବା ୬୦ରୁ ଊର୍ଦ୍ଧ୍ୱ ଆଜବେଷ୍ଟସ୍‌ ଘର ଓ ଏକ ୩ ମହଲା କୋଠାର ୩୨ ବଖରା ଭଡ଼ା ସୂତ୍ରରେ ଦିଆଯାଇଛି। ଏପରି କି ବାକି ରହିଥିବା ଆଉ କିଛି ଜାଗାରେ ଆଗାମୀ ଦିନରେ ଆପାର୍ଟମେଣ୍ଟ ତିଆରି କରିବାକୁ ମଧ୍ୟ ଯୋଜନା ଚାଲିଥିବା ସୂଚନା ମିଳିଛି।

ଗତ କିଛିମାସ ତଳେ ବିଡିଏ, ବିଏମ୍‌ସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କିଛି ସମୟ ରହି ଜବରଦଖଲକାରୀଙ୍କୁ ପଚରାଉଚରା କରି ସେଠାରୁ ଫରିଯାଇଥିଲେ। ସେବେଠାରୁ ସେଠାରେ ଆଉ ଅଧିକାରୀଙ୍କ ପାଦ ପଡ଼ି ନ ଥିବା ଜଣାପଡିଛି।
ଏନେି ବିଡିଏ ଉଚ୍ଛେଦ ଅଧିକାରୀ ପ୍ରମୋଦ ପାତ୍ରଙ୍କୁ ପଚାରିବାରୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ସରକାରୀ ଜମିକୁ ଜବରଦଖଲ କରାଯାଇ ସ୍ଥାୟୀ ନିର୍ମାଣ ହୋଇଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ସେତେବେଳେ ଏହାର ତଦନ୍ତ ମଧ୍ୟ କରାଯାଇଥିଲା। ଅଧିକାର ଜାହିର କରୁଥିବା ଜବରଦଖଲକାରୀଙ୍କୁ ଆବଶ୍ୟକ ବୈଧ କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ସେ ଏଯାଏ ତାହା ପ୍ରଦାନ କରିନାହାନ୍ତି। ସାଧାରଣ ପ୍ରଶାସନ ବିଭାଗର ରାଜସ୍ବ ପର୍ଯ୍ୟବେକ୍ଷକ ଅମିୟ ଦାସଙ୍କ କହିବା କଥା ହେଲା, ଉକ୍ତ ପ୍ଲଟ ନଂ.୩୫୯କୁ ଜବରଦଖଲ କରାଯିବା ନେଇ ଯାଞ୍ଚ ଓ ତଦନ୍ତ ଚାଲିଛି। ରିପୋର୍ଟ ଆସିଲେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ବେଆଇନ ନିର୍ମାଣକୁ ଭଙ୍ଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri