ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହା ଅଗଷ୍ଟ ମାସରେ ୯୮,୨୦୨ କୋଟି ଟଙ୍କା ରହିଥିବା ସରକାର ମଙ୍ଗଳବାର ଦେଇଥିବା ତଥ୍ୟରୁ ଜଣାପଡିଛି। ଗତ ବର୍ଷ ସେପ୍ଟେମ୍ବରରେ ଜିଏସ୍‌ଟି ସଂଗ୍ରହ ୯୪,୪୪୨ କୋଟି ଟଙ୍କା ରହିଥିଲା। ସଂଗ୍ରହ ହୋଇଥିବା ମୋଟ ୯୧,୯୧୬ କୋଟି ଟଙ୍କା ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ଅଂଶ ୧୬,୬୩୦ କୋଟି, ରାଜ୍ୟ ଜିଏସ୍‌ଟି ବାବଦ ୨୨,୫୯୮ କୋଟି, ସମନ୍ବିତ ଜିଏସ୍‌ଟି ବାବଦ ୪୫,୦୬୯ କୋଟି ଏବଂ ସେସ୍‌ ବା ଉପକର ବାବଦକୁ ୭୬୨୦ କୋଟି ଟଙ୍କା ରହିଥିବା ଅର୍ଥମନ୍ତ୍ରଣାଳୟ ପ୍ରକାଶ କରିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଅଗଷ୍ଟ ମାସ ଲାଗି ୭୫.୯୪ ଲକ୍ଷ ଜିଏସ୍‌ଟିଆର୍‌-୩ବି ରିଟର୍ନ ଫାଇଲ କରାଯାଇଛି। ଗତ ବର୍ଷ ସମାନ ମାସ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜସ୍ବ ସଂଗ୍ରହ ୨.୬୭% କମିଛି।
ସମନ୍ବିତ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଏବଂ ରାଜ୍ୟ ଜିଏସ୍‌ଟି ବାବଦକୁ ଯଥାକ୍ରମେ ୨୧,୧୩୧ କୋଟି ଏବଂ ୧୫,୧୨୧ କୋଟି ଟଙ୍କା ସମାଧାନ କରାଯାଇଛି। ସେପ୍ଟେମ୍ବର ମାସ ଲାଗି ନିୟମିତ ଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଯଥାକ୍ରମେ କେନ୍ଦ୍ର ଜିଏସ୍‌ଟି ବାବଦକୁ ୩୭,୭୬୧ କୋଟି ଏବଂ ରାଜ୍ୟ ଜିଏସ୍‌ଟି ବାବଦକୁ ୩୭,୭୧୯ କୋଟି ଟଙ୍କାର ରାଜସ୍ବ ହାସଲ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ସମୟ ମଧ୍ୟରେ ଦେଶ ମଧ୍ୟରୁ ପରୋକ୍ଷ ଟିକସ ସଂଗ୍ରହ ୭.୮୨% ବଢିଛି। ଆମଦାନୀରୁ ଜିଏସ୍‌ଟି ସଂଗ୍ରହ ନକାରାତ୍ମକ ରହି ୪.୯୦%କୁ ଖସି ଆସିଥିବା ଅର୍ଥ ମନ୍ତ୍ରଣାଳୟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri