Categories: ବାଣିଜ୍ୟ

ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ:ସୀତାରାମନ

ନୂଆଦିଲ୍ଲୀ,୧୩-୧୨: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଗୁରୁବାର କହିଛନ୍ତି। ସରକାର ଦେଇଥିବା ପ୍ରତିଶ୍ରୁତି ରଖିବେ। ଏହାକୁ ନେଇ କୌଣସି ସନ୍ଦେହ ପ୍ରକଟ କରିବା ଆବଶ୍ୟକତା ନ ଥିବା ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟସଭାର ଏକ ବିତର୍କରେ ସେ କହିଛନ୍ତି ଯେ, ଜିଏସ୍‌ଟିରେ ସେସ୍‌ ବାବଦ ସଂଗ୍ରହ ହୋଇଥିବା ଅତିରକ୍ତ ୯,୭୮୩ କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟଗୁଡିକ ପ୍ରଦାନ କରିଛନ୍ତି। କେବେ କେନ୍ଦ୍ର ସରକାର ରାଜ୍ୟଗୁଡିକର କ୍ଷତିପୂରଣ ବକେୟା ପ୍ରଦାନ କରିବେ ନେଇ ହୋଇଥିବା ପ୍ରଶ୍ନ ଉପରେ ସେ କୌଣସି ଉତ୍ତର ରଖିନାହାନ୍ତି।

Share