ଜିଏସ୍‌ଟିରେ ଆସିବ ଲଟେରି ବ୍ୟବସ୍ଥା

ନୂଆଦିଲ୍ଲୀ, ୨-୩: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ବିଜନେସ ଟୁ କଷ୍ଟମର ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନୂଆ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ସରକାର ବିଜନେସ ଟୁ କଷ୍ଟମର (ବି ଟୁ ସି) ଇନଭଏସ୍‌ ଉପରେ ମାସିକ ଲଟେରି ଅଫର ଆରମ୍ଭ କରିବେ ବୋଲି ଜଣା ପଡ଼ିଛି। ମାସିକ ଇନଭଏସ ଉପରେ ମାସିକ ଭାଗ୍ୟଶାଳି ବିଜେତା ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଏସ୍‌ଟି ବ୍ୟବସ୍ଥାରେ ଲୋକମାନଙ୍କୁ ସାମଗ୍ରୀ କ୍ରୟ ବେଳେ ବିଲ୍‌ ନେବାକୁ ଉତ୍ସାହିତ କରିବା ଲାଗି ଏଭଳି ଏକ ଯୋଜନା ସରକାର ହାତକୁ ନେଇଛନ୍ତି। ଏହା ଦ୍ୱାରା ଜିଏସ୍‌ଟି ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ପଦକ୍ଷେପ ନେଉଥିବା କୁହାଯାଉଛି। ଲକି ଡ୍ରରେ ଗ୍ରାହକଙ୍କ ଲାଗି ବମ୍ପର ପୁରସ୍କାର ସହ ଦ୍ୱିତୀୟ ଏବଂ ପୁରସ୍କାର ରହିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୧୦ ଲକ୍ଷ ଟଙ୍କାରୁ ୧ କୋଟି ମଧ୍ୟରେ ପୁରସ୍କାର ରାଶି ରହିବ ବୋଲି ଅଧିକାରୀ କହିଛନ୍ତି।
ଜିଏସ୍‌ଟି ନେଟଓ୍ବର୍କ(ଜିଏସ୍‌ଟିଏନ୍‌) ଦ୍ୱାରା ବିକଶିତ କରାଯାଇଥିବା ମୋବାଇଲ ଆପ୍ଲିକେଶନରେ ଗ୍ରାହକଙ୍କୁ ବିଟୁସି ଇନଭଏସ ସ୍କାନ କରି ଅପ୍‌ଲୋଡ କରିବାକୁ ହେବ। ଏହା ପ୍ରକ୍ରିୟା ଦ୍ୱାରା ଲୋକମାନେ ଲଟେରିରେ ଭାଗ ନେଇ ପାରିବେ। ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ମୋବାଇଲ ଆପ୍‌ ଉପଲବ୍ଧ ହେବ। ଲକି ଡ୍ର ଲାଗି ଇନ୍‌ଭଏସର କୌଣସି ଦେୟ ସୀମା ରଖାଯାଇନାହିଁ। ଅର୍ଥାତ କିଛି ବି ପରିମାଣର ନେଣଦେଣ କରିଥିବା ବ୍ୟକ୍ତି ମଧ୍ୟ ଲକି ଡ୍ରର ଅଂଶ ହୋଇ ପାରିବେ। ୨୦୧୭ ଏପ୍ରିଲ ପହିଲାରୁ ସରକାର ଜିଏସ୍‌ଟିକୁ କାର୍ଯ୍ୟକାରୀ କରାଇଛନ୍ତି। ହେଲେ ଟିକସ ଚୋରୀ ସମେତ ଅନ୍ୟାନ୍ୟ ସମସ୍ୟା ଯୋଗୁ ବର୍ତ୍ତମାନ ଆଶା ମୁତାବକ ରାଜସ୍ବ ଏହା ଦ୍ୱାରା ସଂଗ୍ରହ ହୋଇପାରିନାହିଁ। ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହେବ। ଖାଉଟି କଲ୍ୟାଣ ପାଣ୍ଠିରୁ ଲଟେରି ସ୍କିମରେ ଲୋକଙ୍କୁ ପୁରସ୍କାର ଦିଆଯିବ ବୋଲି ଜଣାପଡିଛି।
ଫେବୃୟାରୀରେ ୧.୦୫ ଲକ୍ଷ କୋଟିର ଜିଏସ୍‌ଟି
ଚଳିତ ବର୍ଷ ଫେବୃୟାରୀ ମାସରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୦୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହା ଗତ ବର୍ଷ ଫେବୃୟାରୀ ତୁଳନାରେ ୮% ଅଧିକ ରହିଥିବା ଜଣାପଡିଛି। ଗତ ମାସରେ ଜିଏସ୍‌ଟି ବାବଦକୁ ୧.୧୦ ଲକ୍ଷ କୋଟି ଟଙ୍କା ରାଜକୋଷକୁ ଆସିଥିଲା। ଫେବୃୟାରୀର ମୋଟ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି)ର ଅଂଶ ୨୦,୫୬୯ କୋଟି, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ୨୭,୩୪୮ କୋଟି, ସମନ୍ବିତ ଜିଏସ୍‌ଟି( ଆଇଜିଏସ୍‌ଟି) ବାବଦ ୪୮,୫୦୩ କୋଟି, ଏବଂ ସେସ୍‌ ବା ଉପକର ବାବଦରେ ୯,୯୪୭ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଫେବୃୟାରୀ ୨୯ ତାରିଖ ମଧ୍ୟରେ ୮୩ ଲକ୍ଷ ଜିଏସ୍‌ଟି୩ବି ଫାଇଲ କରାଯାଇଛି। ନିୟମତ ସମାଧାନ ଅନ୍ତର୍ଗତ ଆଇଜିଏସ୍‌ଟିରୁ ସିଜିଏସ୍‌ଟି ବାବଦରେ ୨୨,୫୮୬ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୧୬,୫୫୩ କୋଟି ସମାଧାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri