ଜିଏସ୍‌ଟିରେ ଆସିବ ଲଟେରି ବ୍ୟବସ୍ଥା

ନୂଆଦିଲ୍ଲୀ, ୨-୩: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ରେ ବିଜନେସ ଟୁ କଷ୍ଟମର ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନୂଆ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ସରକାର ବିଜନେସ ଟୁ କଷ୍ଟମର (ବି ଟୁ ସି) ଇନଭଏସ୍‌ ଉପରେ ମାସିକ ଲଟେରି ଅଫର ଆରମ୍ଭ କରିବେ ବୋଲି ଜଣା ପଡ଼ିଛି। ମାସିକ ଇନଭଏସ ଉପରେ ମାସିକ ଭାଗ୍ୟଶାଳି ବିଜେତା ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଏସ୍‌ଟି ବ୍ୟବସ୍ଥାରେ ଲୋକମାନଙ୍କୁ ସାମଗ୍ରୀ କ୍ରୟ ବେଳେ ବିଲ୍‌ ନେବାକୁ ଉତ୍ସାହିତ କରିବା ଲାଗି ଏଭଳି ଏକ ଯୋଜନା ସରକାର ହାତକୁ ନେଇଛନ୍ତି। ଏହା ଦ୍ୱାରା ଜିଏସ୍‌ଟି ଠକେଇ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ପଦକ୍ଷେପ ନେଉଥିବା କୁହାଯାଉଛି। ଲକି ଡ୍ରରେ ଗ୍ରାହକଙ୍କ ଲାଗି ବମ୍ପର ପୁରସ୍କାର ସହ ଦ୍ୱିତୀୟ ଏବଂ ପୁରସ୍କାର ରହିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୧୦ ଲକ୍ଷ ଟଙ୍କାରୁ ୧ କୋଟି ମଧ୍ୟରେ ପୁରସ୍କାର ରାଶି ରହିବ ବୋଲି ଅଧିକାରୀ କହିଛନ୍ତି।
ଜିଏସ୍‌ଟି ନେଟଓ୍ବର୍କ(ଜିଏସ୍‌ଟିଏନ୍‌) ଦ୍ୱାରା ବିକଶିତ କରାଯାଇଥିବା ମୋବାଇଲ ଆପ୍ଲିକେଶନରେ ଗ୍ରାହକଙ୍କୁ ବିଟୁସି ଇନଭଏସ ସ୍କାନ କରି ଅପ୍‌ଲୋଡ କରିବାକୁ ହେବ। ଏହା ପ୍ରକ୍ରିୟା ଦ୍ୱାରା ଲୋକମାନେ ଲଟେରିରେ ଭାଗ ନେଇ ପାରିବେ। ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ମୋବାଇଲ ଆପ୍‌ ଉପଲବ୍ଧ ହେବ। ଲକି ଡ୍ର ଲାଗି ଇନ୍‌ଭଏସର କୌଣସି ଦେୟ ସୀମା ରଖାଯାଇନାହିଁ। ଅର୍ଥାତ କିଛି ବି ପରିମାଣର ନେଣଦେଣ କରିଥିବା ବ୍ୟକ୍ତି ମଧ୍ୟ ଲକି ଡ୍ରର ଅଂଶ ହୋଇ ପାରିବେ। ୨୦୧୭ ଏପ୍ରିଲ ପହିଲାରୁ ସରକାର ଜିଏସ୍‌ଟିକୁ କାର୍ଯ୍ୟକାରୀ କରାଇଛନ୍ତି। ହେଲେ ଟିକସ ଚୋରୀ ସମେତ ଅନ୍ୟାନ୍ୟ ସମସ୍ୟା ଯୋଗୁ ବର୍ତ୍ତମାନ ଆଶା ମୁତାବକ ରାଜସ୍ବ ଏହା ଦ୍ୱାରା ସଂଗ୍ରହ ହୋଇପାରିନାହିଁ। ମାର୍ଚ୍ଚ ୧୪ରେ ଅନୁଷ୍ଠିତ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହେବ। ଖାଉଟି କଲ୍ୟାଣ ପାଣ୍ଠିରୁ ଲଟେରି ସ୍କିମରେ ଲୋକଙ୍କୁ ପୁରସ୍କାର ଦିଆଯିବ ବୋଲି ଜଣାପଡିଛି।
ଫେବୃୟାରୀରେ ୧.୦୫ ଲକ୍ଷ କୋଟିର ଜିଏସ୍‌ଟି
ଚଳିତ ବର୍ଷ ଫେବୃୟାରୀ ମାସରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୦୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହା ଗତ ବର୍ଷ ଫେବୃୟାରୀ ତୁଳନାରେ ୮% ଅଧିକ ରହିଥିବା ଜଣାପଡିଛି। ଗତ ମାସରେ ଜିଏସ୍‌ଟି ବାବଦକୁ ୧.୧୦ ଲକ୍ଷ କୋଟି ଟଙ୍କା ରାଜକୋଷକୁ ଆସିଥିଲା। ଫେବୃୟାରୀର ମୋଟ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି)ର ଅଂଶ ୨୦,୫୬୯ କୋଟି, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ୨୭,୩୪୮ କୋଟି, ସମନ୍ବିତ ଜିଏସ୍‌ଟି( ଆଇଜିଏସ୍‌ଟି) ବାବଦ ୪୮,୫୦୩ କୋଟି, ଏବଂ ସେସ୍‌ ବା ଉପକର ବାବଦରେ ୯,୯୪୭ କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଫେବୃୟାରୀ ୨୯ ତାରିଖ ମଧ୍ୟରେ ୮୩ ଲକ୍ଷ ଜିଏସ୍‌ଟି୩ବି ଫାଇଲ କରାଯାଇଛି। ନିୟମତ ସମାଧାନ ଅନ୍ତର୍ଗତ ଆଇଜିଏସ୍‌ଟିରୁ ସିଜିଏସ୍‌ଟି ବାବଦରେ ୨୨,୫୮୬ କୋଟି ଏବଂ ଏସ୍‌ଜିଏସ୍‌ଟି ବାବଦ ୧୬,୫୫୩ କୋଟି ସମାଧାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri