ଜିଁବାର ଖାଏବାର ବାଟଖୁଛନ୍‌ ଶାଶ୍‌ବହ

ଲାଠୋର, ୧୬ା୫ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଖଇରାପଡ଼ାର ବୁରୁଧ୍‌ ମନୁ ଭୋଇ(୮୦)କଁର ମୁର୍‌ତୁରେ ପରିବାରଟା ପୂରାପୂରି ବେସାହାରା ହେଇଯାଇଛନ୍‌। ସୂଚନା ଅନ୍‌ସାରେ ମନୁ ଭୋଇକଁର ମାଏକିନା ଗମ୍ଭାରୀ ଭୋଇ, ଝି’ କଲାବତୀ ଆର ପୁଓ ଶଙ୍କରକେ ନେଇ ତାକର ପରିବାର। ଖାଲି ଘରଡିହକେ ଛାଡିଦେଲେ ତାକର ସଁପତିବାଡ଼ି ବଲି କିଛି ନାଇଁ। ପରିବାରଟା ଆଦିବାସୀ ସମାଜର ହେଇଥିଲା ବେଲେ ଜଂଗଲରୁ ଶୁଖା କାଠ୍‌, ସରଗି ପତର, କାଠି ଆନି ବିକାଭଂଗା କରି ପରିବାରଟା ଚଲୁଥିଲେ। ପୁଓ ଝି’କେ ବିହାଚୁରା କଲା ଉତାରୁ ଦୁଇ ବୁଢ଼ାବୁଢ଼ି ଗୁଟେ ଝାଟିମାଟିର ଖପର ଘରେ ରହୁଥିଲେ। ହେଲେ ୮ ବଛର ତଲେ ପୁଓ କେହେନ୍‌ସି ଗୁଟେ ରୋଗ୍‌ରେ ପଡ଼ି ଆରପାରକେ ଚାଲିଗଲେ। ଏନ୍‌ତାଥି ବହ ବତୀ ଭୋଇ ଆର ତିନ୍‌ ନାତିନାତେକର ଭୋଝ୍‌ ବୁଢ଼ାବୁଢ଼ିର ଉପରେ ପଡ଼ିଥିଲା। ଫିଦିନ ସଖାଲୁ ବୁରୁଧ୍‌ ମନୁ ଜଂଗଲରୁ କାଠ୍‌, ପତର, କାଠି ଆନି ବିକାଭଂଗା କରୁଥିଲେ। ସେଥ୍‌ରେ ତାକର ପରିବାରଟା ଦୁଖେ କଷ୍‌ଟେ ଚଲିଯାଉଥିଲା। ସବୁଦିନର ଲେଖେଁ ଗଲା ଶୁକୁରବାର ଶନିବାର ଦୁଇଦିନ ବୁରୁଧ୍‌ ଜଂଗଲକେ ଯାଇ ଫିରଲା ଉତାରୁ ଦିହିପା ବିଗଡ଼ିବାର ଅନୁଭବ କରିଥିଲେ। ତା’ପରେ ସେ ଘରେ ରହି ଚିକିସତ୍ିତ ହେଉଥିଲେ, ହେଲେ ହଠାତ୍‌ ୧୫ ତାରିଖ୍‌ ବୁଧୁବାର ଦିନର ୧୦ ବଜେ ଆରପାରକେ ଚାଲିଗଲେ। ଘରର ଗୁଟେବଲି ରୁଜ୍‌ଗାରିଆ ଲୋକ୍‌ ଚାଲିଗଲାରୁ ପରିବାରଟା ଏହେଦେ ବେସାହାରା ହେଇଯାଇଛନ୍‌। ସରକାରୀ ସୁବିଧା ବଏଲେ ମାସିକ୍‌ ଶାଶ୍‌ ବହ ପାଉଥିବାର ୧ହଜାର ଟଁକା ଭତା ଆର ୩୦ କେ.ଜି. ଚାଉଲ। ହେଲେ ସେଟା ବି ଏଡ଼େ ବଡ଼ ପରିବାରକେ ନିହଁଟ ପଡ଼ୁଛେ। ଏନ୍‌ତାଥି ପରିବର ଉପରେ ଚଡ଼କ ପଡ଼ିଛେ, ପରିବାରଟା କେନ୍‌ଥେଇ ଚଲବା ଶାଶ୍‌ ବହ ସେ ଚିନ୍‌ତାରେ ଘାରି ହେଉଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଁଚିତ୍‌ ହେଇ ଗୁଟେ ଭଂଗା ଦଦ୍‌ରା ଖପର ଘରେ ରହୁଛନ୍‌। ଏନ୍‌ତା ପରିସ୍ଥିତିରେ ଇ ଗରିବ୍‌ ପରିବାରକେ ସବୁପରକାର ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାର ନିହାତି ଦରକାର ପଡ଼ୁଛେ। ଇ ବାବ୍‌ଦେ ଥାନୀୟ ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ହାଲଘଡ଼ିକେ ପରିବାରକେ ହରିଶ୍ଚନ୍ଦ୍ର ଯୋଜନାର ଟଁକା ଦିଆଯିବା ଆର ଯେନ୍‌ଟା ସରକାରୀ ହିସାବେ ହେବା ତାହାକୁ ସୁବିଧା ସୁଯୋଗ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri