ଜାହ୍ନବୀଙ୍କ ଜିମ୍‌ ଲୁକ୍‌

ଜିମ୍‌ ସେଣ୍ଟର ବାହାରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ସ୍ପଟ୍‌ କରାଯାଇଛି। ସେ ଧଳା ରଙ୍ଗର ଏକ କ୍ରପ୍‌ ଟପ୍‌ ଏବଂ ଛୋଟ ପ୍ୟାଣ୍ଟ ପିନ୍ଧିଛନ୍ତି। ଜାହ୍ନବୀଙ୍କ ଏହି ଜିମ୍‌ ଲୁକ୍‌ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ତାଙ୍କର ଏହି ହଟ୍‌ ଲୁକ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ପରିବାର ସହିତ ଦେଖିବାକୁ ମିଳିଛି। ସ୍ବାମୀ ରାଜ୍‌ କୁନ୍ଦ୍ରା, ପୁଅ ବିୟାନ୍‌ ଏବଂ ମାଆ ସୁନନ୍ଦାଙ୍କ ସହିତ ଶିଳ୍ପା ବୁଲୁଥିବା ନଜର ଆସିଛନ୍ତି। ସେ ଏକ ଧଳା ରଙ୍ଗର ଟପ୍‌ ଏବଂ ସ୍କଟ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସୋନମ କପୁର ମଧ୍ୟ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିବାକୁ ଭଲ ପାଆନ୍ତି। ସ୍ବାମୀ ଆନନ୍ଦ ଆହୁଜାଙ୍କ ସହିତ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଛି। ସେ ଏକ ଧଳା ରଙ୍ଗର ଟପ୍‌ ସହିତ ଏକ ସ୍କଟ୍‌ ପିନ୍ଧିଥିବା ନଜର ଆସିଛନ୍ତି।

Share