Categories: ବାଣିଜ୍ୟ

ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ: ୨୪ ଘଣ୍ଟାରେ ପରିଚାଳିତ ହେଲା ୩୦ ଜାହାଜ

ଭୁବନେଶ୍ୱର,୨୮-୫: ଦୈନିକ ହାରାହାରି ଜାହାଜ ପରିଚାଳନାରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଚଳିତ ମାସ ୨୭ ତାରିଖ ସକାଳ ୭.୩୦ରୁ ୨୮ ତାରିଖ ୭.୩୦ ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ବନ୍ଦରରେ ୩୦ ଜାହାଜ ସଫଳ ଭାବେ ପରିଚାଳିତ ହୋଇଥିବା ସୂଚନା ରହିଛି। ଏହା ମଧ୍ୟରେ ୧୦ ପ୍ରବେଶ ଜାହାଜ ରହିଥିବା ବେଳେ ୯ ପ୍ରସ୍ତାନ, ୩ ସିଫ୍ଟିଙ୍ଗ ଏବଂ ୮ ସିପିଂ ସପୋର୍ଟ ଜାହାଜ ରହିଛି। ସୁଚିନ୍ତିତ ପଦକ୍ଷେପ ଦ୍ୱାରା ବନ୍ଦରର କାର୍ଗୋ ପରିଚାଳନା ବୃଦ୍ଧି ହୋଇଥିବା ବନ୍ଦର ପକ୍ଷରୁ ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୩୯ ଜାହାଜ ହାର୍ବର ମଧ୍ୟକୁ ପ୍ରବେଶ ଲାଗି ଅପେକ୍ଷାରେ ରହିଛନ୍ତି। ଏହି ସଫଳତା ଲାଗି ହାର୍ବର ମାଷ୍ଟର, ମେରାଇନ ପାଇଲଟ, ବନ୍ଦରର କର୍ମଚାରୀ, ସିପିଙ୍ଗ ଏଜେଣ୍ଟ, ରପ୍ତାନିକାରୀ, ଆମଦାନୀକାରୀ ଏବଂ ଟ୍ରାଫିକ ବିଭାଗକୁ ବନ୍ଦରର ଡେପୁଟି କନଜର୍‌ଭେଟର୍‌ କ୍ୟାପଟେନ୍‌ ଅତୁଲ୍ୟ କୁମାର ମହାପାତ୍ର ଧନ୍ୟବାଦ ଦେଇଛନ୍ତି।

Share