ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଢେଙ୍କାନାଳ ପୋଲିସର ତନାଘନା

ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା କମ୍‌ ମାର୍କ ଆସିବାର ଭୟ ରହୁଥିଲା। ଆଶାୟୀଙ୍କ ମନ ମୁତାବକ ସାର୍ଟିଫିକେଟରେ ମାର୍କ ଚଢ଼ାଇ ଦିଆଯାଉଥିଲା। ଢେଙ୍କାନାଳରୁ ଜାଲ ସାର୍ଟିଫିକେଟ କେଳେଙ୍କାରୀ ମାମଲାର ଲିଙ୍କ୍‌ ମିଳିବା ପରେ ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହାପରେ ଏହି କାରବାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ବା ପାଇଁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ଢେଙ୍କାନାଳ ଡାକମଣ୍ଡଳ ଗ୍ରାମାଞ୍ଚଳ ଶାଖାରେ ପୋଷ୍ଟମାଷ୍ଟର ନିଯୁକ୍ତି ଲାଗି କେତେଜଣ ଆଶାୟୀ ଜାଲ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିବା ସନ୍ଦେହ କରାଯାଉଛି। ଇତିମଧ୍ୟରେ ସୋମବାର ବ୍ରହ୍ମପୁର ପୋଲିସ ଏ ସଂକ୍ରାନ୍ତରେ ଏକ ଆନ୍ତଃରାଜ୍ୟ ରାକେଟର ରହସ୍ୟ ଉନ୍ମୋଚନ କରିଛି। ଏହି ଘଟଣାରେ ଗିରଫ ୪ ଜଣଙ୍କ ମଧ୍ୟରେ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ (୩୯) ରହିଛନ୍ତି। ତେଣୁ ଢେଙ୍କାନାଳରେ ଜାଲ ସାର୍ଟିଫିକେଟ କାରବାର ସକ୍ରିୟ ଥିବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଢେଙ୍କାନାଳ ସହରରେ ପ୍ରଶାନ୍ତଙ୍କ ଏକ ଜେରକ୍ସ ଦୋକାନ ରହିଛି। ଉକ୍ତ ଦୋକାନରେ କମ୍ପ୍ୟୁଟର ସହାୟତାରେ ସେ ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତ କରୁଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ତାଙ୍କ ଘର ଏବଂ ଦୋକାନରେ ଚଢ଼ାଉ କରି ବହୁ ଆପତ୍ତିଜନକ କାଗଜପତ୍ର, ସାମଗ୍ରୀ ଜବତ କରିଛି। ଏଥିରେ ଓଡ଼ିଶା ସମେତ ରାଜ୍ୟ ବାହାରର ବିଭିନ୍ନ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ୍‌, ବିଭିନ୍ନ ପ୍ରକାର ଲୋଗୋ, ଅଧିକାରୀଙ୍କ ଷ୍ଟାମ୍ପ, କମ୍ପ୍ୟୁଟର, ହାର୍ଡଡିସ୍କ ଆଦି ରହିଛି। ପ୍ରଶାନ୍ତଙ୍କ ନାମରେ ଏଭଳି ଅଭିଯୋଗ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ନକଲି ସାର୍ଟିିଫିକେଟ୍‌ କାରବାରରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏଭଳି ବେଆଇନ କାରବାରରେ କେବଳ ପ୍ରଶାନ୍ତ ସାମିଲ ଅଛନ୍ତି ନା ତାଙ୍କୁ ଅନ୍ୟ କେହି ସହଯୋଗ କରୁଥିଲେ , ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଚାକିରି ଆଶାୟୀମାନେ ନକଲି ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି କି ନାହଁ, ତାହା ଜାଣିବା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୋଲିସ ସତର୍କତାର ସହ ଆଗକୁ ବଢୁଛି।
ଏ ସଂକ୍ରାନ୍ତରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ବ୍ରହ୍ମପୁରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସମ୍ପର୍କରେ ଅଦ୍ୟାବଧି କୌଣସି ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ତଦନୁଯାୟୀ ତଦନ୍ତ କରାଯିବ। କିନ୍ତୁ ପୋଲିସ ପକ୍ଷରୁ ଢେଙ୍କାନାଳରେ ଜାଲ ସାର୍ଟିଫିକେଟ୍‌ ଲିଙ୍କ୍‌କୁ ନେଇ ଖୋଳତାଡ଼ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri