Posted inଜାତୀୟ

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା ଏଭଳି ଦୁର୍ନୀତି। ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ପାଇବା ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗର ଅନେକ ପ୍ରାର୍ଥୀ ନିଜକୁ ଆଦିବାସୀରେ ବଦଳାଇଛନ୍ତି। ଜାଲ୍‌ ଆଦିବାସୀ ପ୍ରମାଣପତ୍ର ଯୋଗାଇଦେବାରେ ସ୍ବତନ୍ତ୍ର ର଼୍ୟାକେଟ ସହାୟତା କରୁଥିଲେ। ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଶାସନ କାଳରେ ଏହିସବୁ ର଼୍ୟାକେଟ ସକ୍ରିୟ ଥିଲେ।
ଏହି ଜାଲିଆତି ଘଟଣା ଲୋକଲୋଚନକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧାର ଅପବ୍ୟବହାର କରାଯାଇଥିବା ଉତ୍ତରପ୍ରଦେଶ ଅନୁସୂଚିତ ଜାତି ଓ ଜନଜାତି କମିଶନ ଅଧ୍ୟକ୍ଷ ବ୍ରିଜ୍‌ଲାଲ ଅଭିଯୋଗ କରିବା ସହ ତିନୋଟି ପ୍ରମୁଖ ଅନୁସୂଚିତ ଜନଜାତି ଖରଓ୍ବାର, ଗୋଣ୍ଡ ଓ ଚେରୋମାନଙ୍କ ଆଦିବାସୀ ପ୍ରମାଣପତ୍ର ଯାଞ୍ଚ କରିବା ଲାଗି ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଓବିସି ପ୍ରାର୍ଥୀମାନେ ଜାଲିଆତି କରି ମିଥ୍ୟା ପ୍ରମାଣପତ୍ର ଦେଇ ଏସ୍‌ସି କିମ୍ବା ଏସ୍‌ଟିଙ୍କ ପାଇଁ ଉଦ୍ଦିଷ୍ଟ ନିଯୁକ୍ତି ହଡପ କରିଥିବାର ଅନେକ ଅଭିଯୋଗ ମିଳିଥିବା ବ୍ରିଜ୍‌ଲାଲ୍‌ କହିଛନ୍ତି। ରାଜ୍ୟର ବିଭିନ୍ନ ସେକ୍ଟର ଓ ଅଞ୍ଚଳରେ ଏଭଳି ଜାଲିଆତି ବର୍ଷ ବର୍ଷ ଧରି ଚାଲିଥିଲା। ଏଥିରେ ଜିଲାପାଳମାନଙ୍କ ସମ୍ପୃକ୍ତିକୁ ଏଡାଇ ଦିଆଯାଇ ନ ପାରେ। କାରଣ ଅନୁସୂଚିତ ଜାତି ଓ ଜନଜାତି ପ୍ରମାଣପତ୍ର ପ୍ରଦାନ କରିବା କ୍ଷମତା ସେମାନଙ୍କୁ ମିଳିଥିଲା। କେତେସଂଖ୍ୟାରେ ଚାକିରି ହଡ଼ପ ହୋଇଛି ତାହା ଯଦିଓ ନିର୍ଦ୍ଦିଷ୍ଟ ଭାବେ ଜଣାପଡିନି ତେବେ ଏହା ବହୁ ହଜାର ହେବ ବୋଲି ଅନୁମାନ କରାଯାଉଛି। ସୋମବାର ଗୋରଖପୁରଠାରେ ଉଚ୍ଚ ସରକାରୀ ଅଧିକାରୀମାନଙ୍କର ଏକ ବୈଠକ ଡାକି ବ୍ରିଜ୍‌ ଲାଲ୍‌ ଉକ୍ତ ର଼୍ୟାକେଟ ବିରୋଧରେ ତଦନ୍ତ ଲାଗି ୟୁପିର ଏହି ପୂର୍ବତନ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି। ଏହି ଜାଲ୍‌ ସାର୍ଟିଫିକେଟ ର଼୍ୟାକେଟ ପଛରେ ରାଜନୈତିକ ପୃଷ୍ଠପୋଷକ ରହିଥିବା ପୂର୍ବତନ ଆଇପିଏସ୍‌ ଅଫିସର କହିଛନ୍ତି। ୨୦୦୪ରେ ମୁଲାୟମ ସିଂ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଥିଲାବେଳେ କେତେକ ଓବିସିଙ୍କୁ ଅନୁସୂଚିତ ଜାତି/ଜନଜାତିରେ ପରିବର୍ତ୍ତନ କରିବା ଲାଗି ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମୋଦନ ସହିତ ପାର୍ଲାମେଣ୍ଟରେ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବା ଆବଶ୍ୟକ। ସେଭଳି କିଛି ହୋଇ ନ ଥିବାରୁ ମୁଲାୟମ ସରକାରଙ୍କ ଉପରୋକ୍ତ ନିର୍ଦ୍ଦେଶନାମାର କୌଣସି ଆଇନଗତ ବୈଧତା ନ ଥିଲା। କିନ୍ତୁ ମୁଲାୟମଙ୍କ ନିର୍ଦ୍ଦେଶନାମା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାତି ପରିବର୍ତ୍ତନ ର଼୍ୟାକେଟ ସକ୍ରିୟ ହୋଇ ଉଠିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଗୋଣ୍ଡ, ଖରଓ୍ବାର ଓ ଚେରୋ ସମ୍ପ୍ରଦାୟର ମିଛ ପରିଚୟ ଦେଇ ବାଲିଆ, ଦେଓରିଆ, କୁଶିନଗର, ମହାରାଜଗଞ୍ଜ, ସିଦ୍ଧାର୍ଥନଗର ଓ ଗୋରଖପୁର ଜିଲା ପ୍ରଶାସନରୁ ବହୁସଂଖ୍ୟାରେ ଛାତ୍ରୀଛାତ୍ର ଆଦିବାସୀ ପ୍ରମାଣପତ୍ର ହାତେଇଛନ୍ତି। ଏହିସବୁ ଜିଲାରେ ପ୍ରକୃତରେ ଏଭଳି ଆଦିବାସୀ ସମ୍ପ୍ରଦାୟ ନ ଥିବା ଜଣାପଡିଛି। ଗୋଣ୍ଡ ଓ ଖରଓ୍ବାର ସମ୍ପ୍ରଦାୟ ସୋନଭଦ୍ର, ମିର୍ଜାପୁର, ଓ ଚନ୍ଦାଉଲି ଜିଲାରେ ସୀମିତ। ରାଜସ୍ବ ରେକର୍ଡ ଅନୁଯାୟୀ ଉତ୍ତରପୂର୍ବ ୟୁପିରେ ଏହି ଦୁଇ ସମ୍ପ୍ରଦାୟ ନାହାନ୍ତି। ପଛୁଆ ବର୍ଗରେ ଯାଉଥିବା କହର, କୁମ୍ଭାର, ଭୁର୍ଜି ଜାତିର ପ୍ରାର୍ଥୀମାନେ ନିଜକୁ ଗୋଣ୍ଡ ଓ ଖରଓ୍ବାରରେ ପରିବର୍ତ୍ତନ କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାକିରିକୁ ହଡ଼ପ କରିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri