Categories: ଜାତୀୟ

ଜାଲ୍‌ ଡାକ୍ତର ସାର୍ଟିଫିକେଟ ଦେଇ ୧୦ ବର୍ଷ ହେଲା କରୁଥିଲେ ହଜାର ଅପରେଶନ

ମିରଟ୍‌,୧।୧୦: ଉତ୍ତର ପ୍ରଦେଶର ସହାରନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗତ୧୦ ବର୍ଷ ହେଲା ଜଣେ ନକଲି ଡାକ୍ତର ହଜାରରୁ ଊର୍ଦ୍ଧ୍ୱ ଅପରେଶନ କରିସାରିଥିଲେ। ଶେଷରେ ଅସଲ କାରନାମାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଉକ୍ତ ଡାକ୍ତରଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ସହାରନପୁରରେ ଓମ୍‌ ପାଲ୍‌(୫୦) ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାଲ୍‌ ସାର୍ଟିଫିକେଟ ଦେଇ ଡାକ୍ତର ରାଜେଶ ଆର ନାମରେ ଅଭ୍ୟାସ କରୁଥିଲେ। ଏହାପରେ ସେ ଏକ ନର୍ସିଂହୋମ ଚଲାଉଥିଲେ। ଏପର୍ଯ୍ୟନ୍ତ ସେ ହଜାରରୁ ଊର୍ଦ୍ଧ୍ୱ ଅପରେଶନ ମଧ୍ୟ କରିସାରିଛନ୍ତି। ପୋଲିସ କହିବା ମୁତାବକ, ଓମ୍‌ ପାଲ୍‌ ମହୀଶୁର ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଏକ ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରିଥିଲେ। ପୂର୍ବରୁ ସେ ମାଙ୍ଗାଲୋରରେ ଥିବା ଏୟାର ଫୋର୍ସ ବେସ୍‌ ହସ୍ପିଟାଲରେ ମଧ୍ୟ କାର୍ଯ୍ୟ କରିଥିଲେ।

Share