Categories: ବାଣିଜ୍ୟ

ଜାଲ୍‌ ଜିଏସ୍‌ଟି ଇନ୍‌ଭଏସ;ଦେଶର ୩୩୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୩-୯: ଦେଶରେ ଜିଏସ୍‌ଟି ଲାଗୁ ହେବାର ୨ ବର୍ଷ ପରେ ମୋଦି ସରକାର ଜିଏସ୍‌ଟି ଫାଙ୍କି ବିରୋଧରେ ଦେଶବ୍ୟାପୀ ଚଢ଼ାଉ ଅଭିଯାନ କରିଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ବିବୃତି ିଜାରି କରି କୁହାଯାଇଛି ଯେ, ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ଜିଏସ୍‌ଟି ଇଣ୍ଟେଲିଜେନ୍ସ(ଡିଜିଜିଆଇ) ଏବଂ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ରେଭେନ୍ୟୁ ଇଣ୍ଟେଲିଜେନ୍ସ(ଡିଜିଆର୍‌ଆଇ) ପକ୍ଷରୁ ମିଳିତ ଭାବେ ଦେଶର ୩୩୬ ସ୍ଥାନରେ ବୁଧବାର ଏକାସାଙ୍ଗରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନ ଏତେ ବିଶାଳ ଥିଲା ଯେ, ଏଥିରେ ପ୍ରାୟ ୧୨୦୦ ଆୟକର ଅଧିକାରୀ ସାମିଲ ହୋଇଥିଲେ। ଉଭୟ ସଂସ୍ଥାର ଗୋଇନ୍ଦା ତଥ୍ୟରୁ ଜଣାପଡିଛି ଯେ, ବହୁ ରପ୍ତାନିକାରୀ ଆଇଜିଏସ୍‌ଟି ପ୍ରଦାନ କରି ବିଦେଶକୁ ସାମଗ୍ରୀ ରପ୍ତାନି କରୁଛନ୍ତି। ଜାଲ୍‌ କାଗଜପତ୍ର ଜରିଆରେ ସେମାନେ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ହାସଲ କରି ଏଭଳି ରପ୍ତାନି କରାଯାଇଛି। ପରେ ଏହି ଆଇଜିଏସ୍‌ଟି ବାବଦରେ ରିଫଣ୍ଡ ଦାବି କରାଯାଇଛି। ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି ଯେ, ୪୫୦ କୋଟି ଟଙ୍କାର ଏଭଳି ଆଇଜିଏସ୍‌ଟି ଜାଲ୍‌ କାରବାର ଧରାପଡିଛି।

Share