ଜାରି ହେଲା ସଂଶୋଧିତ ଗାଇଡଲାଇନ: ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ; ପରୀକ୍ଷା ପାଇଁ ଅନୁମତି

ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାର ଆସନ୍ତା ଜୁନ ୩୦ ତାରିଖ ଯାଏ କେତେକ କ୍ଷେତ୍ରରେ କଟକଣା ଘୋଷଣା କରିଛନ୍ତି। ଏପରିକି ଚଳିତ ମାସର ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି। ଏ ନେଇ ସୋମବାର ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ତେବେ ସେହି ଗାଇଡଲାଇନରେ ଘୋଷଣା କରିଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରିଛନ୍ତି। ଏ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସଂଶୋଧିତ ଗାଇଡଲାଇନରେ ସଂକ୍ରମିତ ଅଞ୍ଚଳ(କଣ୍ଟେନମେଣ୍ଟ ଜୋନ) ବାହାରେ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର ଆସନ୍ତା ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିବ। ତେବେ ଏହି ସମୟରେ ପରୀକ୍ଷା କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଛଡା ଶନିବାର ଓ ରବିବାର ସଟଡାଉନ କଟକଣାରେ ମଧ୍ୟ କେତେକ କୋହଳ କରାଯାଇଛି। ରାଜ୍ୟର ୧୧ଟି ଜିଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗୀର ଜିଲାରେ ସପ୍ତାହରେ ଦୁଇଦିନ ସଟଡାଉନ ରହିବ। ତେବେ ଏହି ଦୁଇଦିନ ସମସ୍ତ ହସ୍ପିଟାଲ, କ୍ଲିନିକ, ନସିର୍ଂ ହୋମ, ଔଷଧ ଦୋକାନ ଖୋଲା ରହିବା ସହିତ ଆମ୍ବୁଲାନ୍ସ ଚଳାଚଳ କରିବ। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ ଯାତାୟାତ କରି ପାରିବେ। ଜିଲା, ମ୍ୟୁନିସିପାଲିଟି ପ୍ରଶାସନ, ପୋଲିସ, ଅଗ୍ନସିଶମ ସେବା ଜାରି ରହିବ। ଜୁରୀକାଳୀନ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟକ ଖୋଲା ରହିବ। ଟେଲିକମ ସେବା, ପେଟ୍ରୋଲ ପମ୍ପ, ଛାପାଗଣମାଧ୍ୟମ, ବୈଦ୍ୟୁତିକ ଗଣ ମାଧ୍ୟମ ଖୋଲା ରହିବ। ଜଳ ଯୋଗାଣ, ପରିମଳ ଏବଂ ସ୍ବେରେଜ କର୍ମଚାରୀଙ୍କୁ ସଟଡାଉନ କଟକଣାରୁ ମୁକ୍ତ ରଖାଯାଇଛି। ବିଦ୍ୟୁତ ଯୋଗାଣ, ମାଲବାହି ଯାନ(ଲୋଡ ଓ ଅନଲୋଡ) ଯାତାୟତ କରିପାରିବ। ଶିଳ୍ପ ସଂସ୍ଥା ଏବଂ ନିର୍ମାଣ କାର୍ଯ୍ୟ ଜାରି ରହିବ। ଆଇଟି, ହୋଟେଲ ଏବଂ ସେବା ଯୋଗାଉ ଥିବା ସଂସ୍ଥା, ସମସ୍ତ କୃଷି ଭିତ୍ତିକ କାର୍ଯ୍ୟ, ଉଦ୍ୟନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ଚାଲୁ ରହିବ।

ସମସ୍ତ ଦୁଗ୍ଧ ଉତ୍ପାଦନ ଫାର୍ମ, ମତ୍ସ୍ୟ, ପଶୁ ସମ୍ପଦ ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ଜାରି ରହିବ। ରେଳ ଓ ବିମାନ ସେବା , ଜାତୀୟ ରାଜପଥ ଉପରେ ପରିବହନ , ଅତ୍ୟାବଶ୍ୟକ ଯାନବାହନ ଚଳାଚଳ ଜାରି ରହିବ। ବିମାନବନ୍ଦର, ରେଳ ଷ୍ଟେଶନ, ବସଷ୍ଟାଣ୍ଡକୁ ଯାତ୍ରୀ ପରିବହନକୁ ସୁଗମ କରିବା ପାଇଁ ସାଧାରଣ ପରିବହନ, ଘରୋଇ ଯାନବାହନ ଏବଂ ଟାକ୍ସି ଚଳାଚଳ କରି ପାରିବ। ବିବାହ କିମ୍ବା ଶୁଦ୍ଧିକ୍ରୀୟା ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିବାକୁ ଗାଇଡଲାଇନରେ କୁହାଯାଇଛି।  ଏହାଛଡା ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, ଗର୍ଭବତୀ ମହିଳା ଲବଂ ୧୦ ବର୍ଷରୁ କମ ବୟସ ପିଲାମାନଙ୍କୁ ଜରୁରୀ କିମ୍ବା ସ୍ବାସ୍ଥ୍ୟ ସମସ୍ୟା ନ ଥିଲେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri