Categories: ଜାତୀୟ

ଜାମିନ ଆବେଦନର ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): ନ୍ୟାୟପାଳିକାରେ ମାମଲା ବୋଝ କମାଇବା ପାଇଁ ଜଣିକିଆ ଖଣ୍ଡପୀଠ ଗଠନ ଲାଗି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ଖଣ୍ଡପୀଠଗୁଡ଼ିକରେ ଜାମିନ, ମାମଲା ସ୍ଥାନାନ୍ତର ଏବଂ ଅନ୍ୟ କମ୍‌ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରାଯିବ। ରିପୋର୍ଟ ଅନୁଯାୟୀ ଜୁନ୍‌ ୧ ସୁଦ୍ଧା ସର୍ବୋଚ୍ଚ ଅଦାଲତରେ ୫୮,୬୬୯ଟି ମାମଲା ବିଚାର ଅପେକ୍ଷାରେ ଥିଲା। ସୁପ୍ରିମକୋର୍ଟ (ସଂଶୋଧନ) ନିୟମାବଳୀ, ୨୦୧୯ରେ ଅଦାଲତ କେତେକ ପରିବର୍ତ୍ତନ ଆଣିବା ପରେ ସିଙ୍ଗଲ୍‌ ଜଜ୍‌ ବେଞ୍ଚ୍‌ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କୌଣସି ମାମଲାର ଶୁଣାଣି ୨ରୁ କମ୍‌ ବିଚାରପତି ଥିବା ଖଣ୍ଡପୀଠରେ ହେଉ ନ ଥିଲା। ଏବେ ଜଣିକିଆ ଖଣ୍ଡପୀଠରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ୍‌, ୭ ବର୍ଷରୁ କମ୍‌ ଦଣ୍ଡବିଧାନ ହେବାକୁ ଥିବା ଜାମିନ ଆବେଦନ ଖାରଜ କିମ୍ବା ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇପାରିବ। ଏହା ବ୍ୟତୀତ ମାମଲା ସ୍ଥାନାନ୍ତର, ଜରୁରୀ ସ୍ଥାନାନ୍ତର ଏବଂ ପ୍ରଧାନ ବିଚାରପତିଙ୍କ ଦ୍ୱାରା ବିଜ୍ଞାପିତ ଅନ୍ୟ ମାମଲାର ମଧ୍ୟ ଉକ୍ତ ଖଣ୍ଡପୀଠରେ ଶୁଣାଣି ହେବ।

Share