Categories: ଜାତୀୟ

ଜାମିଆ ଆହତ ଛାତ୍ରଙ୍କୁ ଦିଆଯାଉ ୨କୋଟି ଟଙ୍କାର କ୍ଷତିପୂରଣ: କେନ୍ଦ୍ର, ଦିଲ୍ଲୀ ସରକାର, ପୋଲିସଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୧୭।୨: ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଜଣେ ଆହତ ଛାତ୍ର କରିଥିବା ଆବେଦନର ଶୁଣାଣି ସୋମବାର ଦିଲ୍ଲୀ ହାଇକୋର୍ଟ କରିଛନ୍ତି। ଏହି ଶୁଣାଣିରେ କୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଓ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏଥିସହ ଆହତ ଛାତ୍ର ଶାୟନ ମୁଜିବଙ୍କୁ ୨କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ରେ ବିଶ୍ୱବିଦ୍ୟାଳୟର ଲାଇବ୍ରେରିରେ ପାରାମିଲିଟାରି ଫୋର୍ସ ଓ ପୋଲିସ ପଶି ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ କିଛି ଛାତ୍ରଙ୍କ ସମେତ ଶାୟନ ମଧ୍ୟ ଆହତ ହୋଇଥିଲେ। ଏହାର କିଛି ଭିଡିଓ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶାୟନଙ୍କର ୨ଗୋଡ ଫ୍ରାକ୍‌ଚର ହୋଇଯାଇଥିବା ବେଳେ ଚିକିତ୍ସାରେ ତାଙ୍କର ଏପର୍ଯ୍ୟନ୍ତ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ସରକାର ତାଙ୍କୁ ୨କୋଟି ଟଙ୍କାର କ୍ଷତିପୂରଣ ଯୋଗାଇଦେବା ପାଇଁ ଶାୟନ ହାଇକୋର୍ଟରେ ଆବେଦନ କରିଥିଲେ। ଯାହାର ଶୁଣାଣି କରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

Share