Posted inଖେଳ

ଜାଫର ଉତ୍ତରାଖଣ୍ଡ ହେଡ୍‌ କୋଚ୍‌ ନିଯୁକ୍ତ

ମୁମ୍ବାଇ,୨୩।୬(ପି.ଟି.): ପୂର୍ବତନ ଭାରତୀୟ ଓପନର ତଥା ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ଓ୍ବାସିମ୍‌ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ଘରୋଇ ସେସନ୍‌ରେ ସେ ଦାୟିତ୍ୱ ବହନ କରିବେ। ଗୋଟିଏ ବର୍ଷ ପାଇଁ ଏ ନେଇ ଚୁକ୍ତି କରିଛନ୍ତି ବୋଲି ଜାଫର କହିଛନ୍ତି। ପ୍ରଥମଥର ପାଇଁ ଜାଫର କୌଣସି ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ରଣଜୀ ଟ୍ରଫି ଇତିହାସରେ ଜାଫର ସର୍ବାଧିକ ରନ୍‌ ସଂଗ୍ରହ କରି ରେକର୍ଡ କରିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଖେଳିବା ପରେ ଗତ ମାର୍ଚ୍ଚରେ ସେ ଏହି ରେକର୍ଡ ସ୍ଥାପନ କରିଥିଲେ। ପ୍ରଥମେ ସେ ମୁମ୍ବାଇ ଓ ପରେ ସେ ବିଦର୍ଭ ତରଫରୁ ରଣଜୀ ଟ୍ରଫି ଖେଳିଥିଲେ।
ପ୍ରଥମଥର ପାଇଁ କୌଣସି ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଥିବାରୁ ଏହା ମୋ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ନୂଆ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ଭାଳିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡ ଦଳ ନୂଆ ହୋଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ୨୦୧୮-୧୯ ରଣଜୀ ସେସନରେ ଏହି ଦଳ କ୍ୱର୍ଟରଫାଇନାଲରେ ପ୍ରବେଶ କରି ବିଦର୍ଭକୁ ଭେଟିଥିଲା। ତେବେ ଏହା ପରେ ଦଳ ପ୍ଲେଟ ଗ୍ରୁପ୍‌ ଡି’କୁ ଖସିଯାଇଥିଲା। ଫଳରେ ଆଗକୁ ବଡ଼ା ଚ୍ୟାଲେଞ୍ଜ୍‌ ନିଶ୍ଚିତ ରହିଛି। ନୂଆ ଦାୟିତ୍ୱ ଭଲ ଅଭିଜ୍ଞତା ଆଣିଦେବ। ମୁମ୍ବାଇ ଓ ବିଦର୍ଭ ପାଇଁ ଖେଳୁଥିବା ବେଳେ ଯୁବ ଖେଳାଳିଙ୍କୁ ପରାମର୍ଶ ଦେଉଥିଲି। ତେଣୁ ଏହି ଅଭିଜ୍ଞତା ଆଗକୁ କାମରେ ଆସିବ ବୋଲି ୪୨ ବର୍ଷୀୟ ଜାଫର କହିଛନ୍ତି। ଉତ୍ତରାଖଣ୍ଡରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଏମାନଙ୍କୁ ଭଲ ଖେଳାଳିରେ ପରିଣତ କରାଯିବାର ଆବଶ୍ୟକତା ରହିଛି। ଜାଫର ଭାରତ ପାଇଁ ୩୧ ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୦୧୮-୧୯ରେ ଉତ୍ତରାଖଣ୍ଡ ରଣଜୀ ଟ୍ରଫିରେ ପଦାର୍ପଣ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ବିଦର୍ଭଠାରୁ ଏକ ଇନିଂସ ଓ ୧୧୫ ରନରେ ପରାସ୍ତ ହୋଇଥିଲା। ତେବେ ଏହା ପର ସେସନ୍‌ରେ ଦଳ ଗ୍ରୁପ୍‌ ସି’ରୁ କ୍ୱାର୍ଟର ଫାଇନାଲ ଅତିକ୍ରମ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri