Categories: ଖେଳ

ଜାପାନ ମହିଳା ରେସଲର ହାନାଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୫: ଜାପାନର ପେସାଦାର ମହିଳା ରେସଲର ହାନା କିମୁରା ମାତ୍ର ୨୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ତେବେ ସେ କିଭଳି ମୃତ୍ୟୁବରଣ କରିଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଷ୍ଟାରଡବ ରେସଲିଂ ସହିତ ସେ ଜଡିଥ ଥିଲେ ଓ ଏହି ସଂସ୍ଥା ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି। ତାଙ୍କ ମୃତ୍ୟୁ ନେଇ ତଦନ୍ତ ଜାରି ରହିଛି। ସେ ତାଙ୍କ ଘରେ ମରି ପଡିଥିବାର ଦେଖାଯାଇଥିଲା ବୋଲି ଜାପାନ ଗରମାଧ୍ୟମଗୁଡିକ ଉଲ୍ଲେଖ କରିଛନ୍ତି। ନେଟ୍‌ଫ୍ଲିକ୍ସ ରିୟଲିଟି ଶୋ ‘ଟେରାସ ହାଉସ୍‌’ ତାଙ୍କର ଭୂମିକା ନେଇ କେତେକେ ଲୋକଙ୍କ ନଜରକୁ ଆସିଥିଲେ। ଏହି ଶୋ’ରେ ୩ଜଣ ପୁରୁଷ ଓ ମହିଳା ଅସ୍ଥାୟୀ ଭାବେ ଗୋଟିଏ ଘରେ ଏକାଠି ରହୁଥିଲେ। ତେବେ କରୋନା ଭାଇରସ୍‌ କାରଣରୁ ଏହାକୁ ବନ୍ଦ କରାଯାଇଥିଲା। କିମୁରାଙ୍କ ପରଲୋକ ନେଇ ରେସଲିଂ ଜଗତରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ପାଇଁ ଅନ୍‌ଲାଇନ୍‌ ବୁଲିଂ ବା ବଦ୍‌ମାସମାନଙ୍କୁ ଦାୟୀ କରାଯାଉଛି। ଡବ୍ଲ୍ୟୁଡବ୍ଲ୍ୟୁଇ ହଲ୍‌ ଅଫ୍‌ ଫେମର ମିକ୍‌ ଫୋଲେ ଏ ନେଇ ଶୋକ ପ୍ରକାଶ କରିଛନ୍ତି। କିମୁରାଙ୍କ ମା କ୍ୟୋକୋ ମଧ୍ୟ ଜଣେ ଜଣାଶୁଣା ପେସାଦାର ରେସଲର ଥିଲେ।

Share