Categories: ଜାତୀୟ

ଜାପାନୀ ଜ୍ୱର ନେଲାଣି ୪୧ ଶିଶୁଙ୍କ ଜୀବନ

ପାଟନା, ୧୩।୬: ବିହାରରେ ଏବେ ଜାପାନୀ ଜ୍ବର ବା ଏନ୍ସେଫାଲାଇଟିସ ଜ୍ବର ୪୧ ଜଣଙ୍କ ଶିଶୁଙ୍କ ଜୀବନ ଗଲାଣ। ଏବେ ଏହି ଜ୍ୱରରେ ପୀଡିତ ହୋଇ ଅନେକ ଶିଶୁ ହସ୍ବିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଜାଫରପୁରରେ ପରିସ୍ଥିତି ଭୟାନକ ହୋଇଛି। ସ୍ଥାନୀୟ ଶ୍ରୀକୃଷ୍ଣ ମେମୋରିଆଲ ମେଡିକାଲ କଲେଜ ହସ୍ପିଟାଲରେ ମୋଟ ୯୪ଜଣ ଜାପାନୀ ଜ୍ୱରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟ ୩୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମେଡିକାଲ ପ୍ରଭାରୀ ସୁନୀଲ ଶାହି ସୂଚନା ଦେଇଛନ୍ତି। ଜ୍ୱର ଆତଙ୍କ ଯୋଗୁ କେନ୍ଦ୍ରର ଏକ ୭ଜଣିଆ ଟିମ ମୁଜାଫରପୁର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ତିନି ବର୍ଷ ପୂର୍ବେ ମୁଜାଫରପୁର ଅଞ୍ଚଳରେ ଏହି ଜ୍ବର ଆତଙ୍କ ସୃଷ୍ଟି କରିଥିଲା । ଅସହ୍ୟ ଗରମ ଯୋଗୁଁ ଏହି ଜ୍ବର ହେଉଥିବାବେଳେ ମୌସୁମି ଆଗମନ ସହିତ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଜ୍ୱର ଆସିଲେ ମୁଣ୍ଡ, ହାତ ଗୋଡ ପ୍ରବଳ ବିନ୍ଧା ହେବା ସହ ଶୁଣିବା ଏବଂ କଥା କହିବାରେ କଷ୍ଟ ଅନୁଭବ ହୁଏ ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି।

Share