ଜାପାନରୁ ଓଡ଼ିଶା ଫେରିଲା ଦୁଇ ଓଡ଼ିଆଙ୍କ ମୃତଦେହ

ଭୋଗରାଇ, ୯।୨(ଡି.ଏନ.ଏ):ଜାପାନ ରାଜଧାନୀ ଟୋକିଓ ନିକଟସ୍ଥ ଏକ ସହରରେ ରୋଷେୟା ଭାବେ କାର୍ଯ୍ୟରତ ଦୁଇ ଓଡ଼ିଆଙ୍କ ମୃତଦେହ ରବିବାର ଗାଁକୁ ଅଣାଯାଇଛି। ପ୍ରଥମେ ମୃତଦେହ ଦିଲ୍ଲୀରୁ ଏକ ବିମାନ ଯୋଗେ କୋଲକାତା ବିମାନବନ୍ଦର ଅଣାଯାଇଥିଲା। ମୃତଶରୀରକୁ ଓଡ଼ିଶା ଆଣିବା ପାଇଁ ବିମାନବନ୍ଦରରେ ଆତ୍ମୀୟସ୍ବଜନ, ସାମାଜିକ କର୍ମୀ, ଓଡିଶା ସରକାରଙ୍କ ପ୍ରତିନିଧି ବିବେକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ବାଲେଶ୍ୱର ଜିଲା କମରଦା ଥାନା ଅଧୀନ କସବା କମରଦା ଗ୍ରାମର ମୃତ ଯୁବକ ଶେଖ ମମତାଜ(୪୫) ଓ ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ପଠାନ ମହଲା ବସ୍ତିର ଶେଖ ବହାରୁଦ୍ଦିନ (୪୫)ଙ୍କ ମୃତଦେହ ଦୁଇଟି ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଛି। ସରକାରୀ ଖର୍ଚ୍ଚରେ ଜାପାନରୁ ମୃତଶରୀର ଆସିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆତ୍ମୀୟସ୍ବଜନ, ସାମାଜିକ କର୍ମୀ, ଗଣସଂଗଠନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି l