Categories: ଜାତୀୟ

ଜାନୁୟାରୀ ୧୭ରେ ଉତ୍‌କ୍ଷେପଣ ହେବ ଜିସାଟ୍‌-୩୦: ବଢ଼ିବ ଇଣ୍ଟରନେଟ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୩।୧: ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍‌-୩୦ ଉତ୍‌କ୍ଷେପଣ କରାଯିବ। ଫ୍ରେଞ୍ଚ୍‌ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍‌ ହେଭି ରକେଟ ଏରିୟନ୍‌-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ଓଜନ ୩୧ ଶହ କିଲୋଗ୍ରାମ୍‌ ରହିଛି। ଏହା ଇନସାଟ୍‌ ଉପଗ୍ରହ ସ୍ଥାନରେ କାର୍ଯ୍ୟ କରିବ। ଏହା ଆସନ୍ତା ୧୫ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି ସମ୍ପନ୍ନ ହେବ। ସମ୍ପ୍ରତି ମହାକାଶରେ ଜିସାଟ୍‌ ସିରିଜ୍‌ର ୧୪ଟି ଉପଗ୍ରହ କାର୍ଯ୍ୟ କରୁଛି। ଏହାଦ୍ୱାରା ଭାରତରେ ସଞ୍ଚାର ବ୍ୟବସ୍ଥା ସୁଦୃଢ଼ ହୋଇପାରିଛି। ସୂଚନାଯୋଗ୍ୟ, ୨୦୨୦ରେ ଭାରତ ୧୦ଟି ଉପଗ୍ରହ ଉତ୍‌କ୍ଷେପଣ କରିବ ବୋଲି ଇସ୍ରୋ ପକ୍ଷରୁ ଯୋଜନା କରାଯାଇଛି।

Share