Posted inଜାତୀୟ

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି। ଦେବନୀତି ସ୍ବାଭାବିକ ଭାବେ କରାଯିବ। ସାଧାରଣତଃ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଗୋଟିଏ ସରଳ ରେଖାରେ ପୂର୍ଣ୍ଣିମାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ। ତେବେ ଏହି ଚନ୍ଦ୍ର ଗ୍ରହଣରେ ଏପରି ହେବ ନାହିଁ। ଚନ୍ଦ୍ର ପୃଥିବୀର ଛାୟା ସିଧାରେ ନ ରହି ଉପଛାୟା ଅଞ୍ଚଳରେ ରହିବ। ତେଣୁ ଚନ୍ଦ୍ରର ଉଜ୍ୱଳତା କିଛି ସମୟ ପାଇଁ କମିଯାଇ ପୁଣି ସ୍ବାଭାବିକ ଅବସ୍ଥା ଫେରି ଆସିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ରାତ୍ର ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୪୨ରେ ମୋକ୍ଷ ହେବ। ଗତ ୧୦ ବର୍ଷ ମଧ୍ୟରେ ଏଭଳି ଚନ୍ଦ୍ରଗ୍ରହଣ ୬ଥର ହୋଇଛି। ଚଳିତ ବର୍ଷ ଜୁନ୍‌ ୫, ଜୁଲାଇ ୫ ଏବଂ ନଭେମ୍ବର ୩୦ରେ ମଧ୍ୟ ଏଭଳି ଉପଛାୟା ଚନ୍ଦ୍ରଗ୍ରହଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ଗୋପାଳବନ୍ଧ ହିଡରେ ଫୁଡ୍‌କୋର୍ଟ, ଦୋକାନ ଗୃହ ନିର୍ମାଣକୁ ବିରୋଧ ପୁରୁଷୋତ୍ତମପୁର,୨୦ା୨ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri