ଜାନୁୟାରୀରୁ ପୌର ପାଳିକାରେ ଲାଗୁହେବ ମୋ ସରକାର

ପାରାଦୀପ,୧୨ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ପହିଲାରୁ ପାରାଦୀପ ପୌରପାଳିକାରେ ମୋ ସରକାର ଯୋଜନା ଲାଗୁହେବ। ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ। ତା’ପରଠାରୁ ପୂର୍ଣ୍ଣାଙ୍ଗଭାବେ ମୋ ସରକାର ନୀତି ନିୟମ ଲାଗୁ ହେବ। ଏନେଇ ରାଜ୍ୟର ୧୧୪ ପୌରସଂସ୍ଥା ମଧ୍ୟରୁ ପାରାଦୀପ ପୌର ସଂସ୍ଥା ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଭାତୀ ନାୟକ, ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତିଙ୍କ ସମତେ ସମସ୍ତ କାଉନସିଲର ଓ ପୌର କର୍ମଚାରୀ ଉପସ୍ଥିତ ଥିଲେ। ଗଣତନ୍ତ୍ରରେ ଲୋକମତ ହେଉଛନ୍ତି ଜନତା। ସେମାନଙ୍କ ପ୍ରତ୍ୟେକ କାମ କରିବା ପାଇଁ ସରକାରୀ କର୍ମଚାରୀ ବାଧ୍ୟ। ଜାନୁୟାରୀ ୧ରୁ ପୌର କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମସ୍ତ କଥାକୁ ସହୃଦୟତାର ସହ ଶୁଣିବାକୁ ହେବ। ଏଥିରେ କେହି ଅସନ୍ତୋଷ ପ୍ରକଟ କଲେ ସରକାରଙ୍କ ପ୍ରଦତ୍ତ ନମ୍ବର ୧୪୫୪୫କୁ ଅଭିଯୋଗକାରୀ ଜଣାଇବେ। ଏହାପରେ ନିରପେକ୍ଷ ତଦନ୍ତ କରାଯାଇ ଅଭିଯୋଗ ଶୁଣି ନ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ପ୍ରଚଳିତ ଥିବା ଯଥା: ବାବୁ ନାହାନ୍ତି, ଫାଇଲ କାମ ଅମୁକ ବାବୁଙ୍କ ପାଖରେ ଅଛି ଆଦି ମୋ ସରକାରରେ ଚଳିବ ନାହିଁ ବୋଲି କୁହାଯାଇଛି। ବିଧାୟକ ସମ୍ବିତ କହିଥିଲେ, ଏବେ ମୋ ସରକାରରେ ସମସ୍ତ ଜନପ୍ରତିନିଧିଙ୍କ ସୂଚନା ଉପର ମହଲରେ ରେକର୍ଡ ହେଉଛି। ଆମକୁ ମଧ୍ୟ ପ୍ରତିଦିନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସୂଚନା ଦେବାକୁ ପଡ଼ୁଛି। ୭ ଦିନର ରିପୋର୍ଟ କାର୍ଡ ଆମେ ସରକାରଙ୍କୁ ଜଣାଉଛୁ। ଏପରିସ୍ଥଳେ ନୂଆ ବ୍ୟବସ୍ଥାରେ ସମସ୍ତେ ଲୋକଙ୍କ ପାଇଁ କାମ କରନ୍ତୁ। ଏବେଠାରୁ କାମ ଲେ ଆସନ୍ତା ନିର୍ବାଚନବେଳେକୁ ଲୋକେ ତୁମକୁ ଗ୍ରହଣ କରିବେ ବୋଲି ସେ ଜନପ୍ରତିନିଧିଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏଥିସହ ଆଗାମୀ ଦିନରେ ହୋଲ୍ଡିଂ ଟିକସ, ଟ୍ରେଡ୍‌ ଲାଇସେନ୍ସ, ବିଲ୍ଡିଂ ପ୍ଲାନ ଆଦି କାମ ଅନ୍‌ଲାଇନରେ କରାଯିବ ବୋଲି କୁହାଯାଇଥିଲା। ପରେ ପୌର ପାଳିକାର କାଉନସିଲ ବୈଠକ ଓ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri