Posted inଖେଳ

ଜାତୀୟ ହକି ପାଇଁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୧୬।୩-
କରୋନା ଭାଇରସ ସଂକ୍ରମଣ ଜନିତ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏପ୍ରିଲ ୧୦ରୁ ବିଭିନ୍ନ ଭେନ୍ୟୁରେ ଆରମ୍ଭ ହେବାକୁଥିବା ଜାତୀୟ ଚାମ୍ପିୟନଶିପ୍‌(ଜୁନିୟର ଓ ସବ୍‌ଜୁନିୟର, ମହିଳା/ପୁରୁଷ)କୁ ସ୍ଥଗିତ ରଖା ଯାଇଛି। ସୋମବାର ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସି ଏହି ନିଷ୍ପତ୍ତି ହୋଇଛି। ବିଭିନ୍ନ ଟୁର୍ନାମେଣ୍ଟ ପାଇଁ ନୂଆ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ତେବେ ହକି ଇଣ୍ଡିଆ ସେତେବେଳେ ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରିବାପରେ ଖେଳାଳିଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାହା ନିଷ୍ପତ୍ତି ନେବ ବୋଲି କୁହାଯାଇଛି।
”ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଜୁନିୟର ଓ ସବ୍‌ଜୁନିୟର ସ୍ତରରେ ହେବାକୁଥିବା ସମସ୍ତ ମହିଳା ଓ ପୁରୁଷ ବିଭାଗ ଟୁର୍ନାମେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି। ଯଦିଓ ଏଥିପାଇଁ ନୂଆ ତାରିଖ ଘୋଷଣା ହୋଇଛି ତେବେ କ୍ରମାଗତଭାବେ କରୋନା ସଂକ୍ରମଣ ଜନିତ ପ୍ରଭାବକୁ ଅନୁଧ୍ୟାନ କରାଯାଇ ଟୁର୍ନାମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଟୁର୍ନାମେଣ୍ଟ ଗୁଡ଼ିକ ଆୟୋଜନ କରିବାକୁ ଯାଉଥିବା ସଦସ୍ୟ ୟୁନିଟ ଗୁଡ଼ିକ ସହଯୋଗ କରୁଥିବାରୁ ଧନ୍ୟବାଦ। ବର୍ତ୍ତମାନ ପାଇଁ ଟୁର୍ନାମେଣ୍ଟ ସ୍ଥଗିତ ରଖିବା ସପକ୍ଷରେ ସମସ୍ତେ ରହିଛନ୍ତି“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ପ୍ରକାଶ କରିଛନ୍ତି।
ସ୍ଥଗିତ ରହିଥିବା ଟୁର୍ନାମେଣ୍ଟ ଏବଂ ନୂଆ କାର୍ଯ୍ୟସୂଚୀ
୧- ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌(ଡିଭିଜନ-ବି)
ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଏପ୍ରିଲ ୧୦ରୁ ୨୦ ପର୍ଯ୍ୟନ୍ତ ହେବାର ଥିଲା। ନୂଆ କାର୍ଯସୂଚୀ ଅନୁସାରେ ଏହା ଏପ୍ରିଲ ୨୯ରୁ ମେ ୯ ପର୍ଯ୍ୟନ୍ତ ଆୟୋଜିତ ହେବ।
୨- ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ବି)
ଚେନ୍ନାଇଠାରେ ଏପ୍ରିଲ ୧୫ରୁ ୨୬ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ମେ ୧୪ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ।
୩- ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ (ଡିଭିଜନ-ବି)
ହରିୟାଣାର ହିସାରଠାରେ ଏହା ଏପ୍ରିଲ ୧୩ରୁ ୨୪ ପର୍ଯ୍ୟନ୍ତ ହୋଇଥାନ୍ତା। ଏବେ ଏହା ମେ ୩ରୁ ୧୪ ପର୍ଯ୍ୟନ୍ତ ହେବ।
୪- ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ଚେନ୍ନାଇଠାରେ ଏପ୍ରିଲ ୧୦ରୁ ୧୭ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ମେ ୧୯ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ।
୫- ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ରାଞ୍ଚତ୍ଠାରେ ଏପ୍ରିଲ ୧୮ରୁ ୨୮ ପର୍ଯ୍ୟନ୍ତ ହେବାର ଥିଲା। ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ମେ ୭ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହେବ।
୬- ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ହରିୟାଣାର ହିସାରଠାରେ ଏପ୍ରିଲ ୨୨ରୁ ମେ ୩ ପର୍ଯ୍ୟନ୍ତ ହେବାର ଥିଲା। ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ମେ ୧୨ରୁ ଜୁନ ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ।
୭- ଜାତୀୟ ସବ୍‌ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ବି)
ମଣିପୁରର ଇମ୍ଫାଲଠାରେ ଏପ୍ରିଲ ୨୬ରୁ ମେ ୩ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ମେ ୨୮ରୁ ଜୁନ ୪ ପର୍ଯ୍ୟନ୍ତ ଆୟୋଜିତ ହେବ।
୮- ଜାତୀୟ ସବ୍‌ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌(ଡିଭିଜନ-ଏ)
ମଣିପୁରର ଇମ୍ଫାଲଠାରେ ମେ ୭ରୁ ୧୭ ପର୍ଯ୍ୟନ୍ତ ହେବାର ଥିଲା। ଏବେ ଏହା ଜୁନ ୩ରୁ ୧୩ ପର୍ଯ୍ୟନ୍ତ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri