Posted inଖେଳ

ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ: ଟାଇଟଲ ନିକଟତର ଶ୍ୱେତପର୍ଣ୍ଣା

ଭୁବନେଶ୍ୱର,୨୨।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟ କୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୟୋନେକ୍ସ – ସନରାଇଜ୍‌ ୩୩ତମ ଜାତୀୟ ସବ୍‌- ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଉଦୀୟମାନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଟାଇଟଲର ନିକଟତର ହୋଇଛନ୍ତି। ୧୫ ବର୍ଷରୁ କମ୍‌ ମିକ୍ସ ଡବଲ୍ସ ଇଭେଣ୍ଟରେ ସେ ଶନିବାର ଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲରୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ଟପ୍‌ ସିଡ ମାନ୍ୟତା ପାଇଥିବା ଶ୍ୱେତପର୍ଣ୍ଣା ଓ ତାଙ୍କ ତେଲଙ୍ଗାନା ପାର୍ଟନର ସାତ୍ତ୍ୱକ ରେଡ୍ଡୀ କେ ଆଧିପତ୍ୟ ବିସ୍ତାର କରି ୨୧-୧୭, ୨୧-୧୩ରେ ଚତୁର୍ଥ ସିଡ ହରିୟାଣା ଯୋଡି ମୟଙ୍କ ରାଣା ଓ ଉନ୍ନାତି ହୁଦାଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି।
ଟାଇଟଲ ପାଇଁ ଫାଇନାଲରେ ଶ୍ୱେତପର୍ଣ୍ଣା ଓ ସାତ୍ତ୍ୱିକ ରବିବାର ତୃତୀୟ ସିଡ୍‌ ଚଣ୍ଡିଗଡ଼- ହାରିୟାଣା ଯୋଡି ସମରବୀର ଓ ରିଜିଲ ସଇନିଙ୍କୁ ଭେଟିବେ। ସମରବୀର ଓ ରିଜିଲ ସେମିରେ ହାରିୟାଣା ଯୋଡି ସନ୍ନୀ ନୋହରା ଇ ମୁସକାନ ସାଙ୍ଗଓ୍ବାନଙ୍କୁ ୨୧-୧୨, ୨୧-୧୪ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍‌ ବାଳକ ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଆୟୁଷ ପଟ୍ଟନାୟକ ସେମିରେ ପ୍ରବେଶ କରିଛନ୍ତି। ସେ ଓ ତାଙ୍କ କର୍ନାଟକ ପାର୍ଟନର ଭି. ସୁହାସ ପ୍ରତିପକ୍ଷ ତେଲଙ୍ଗାନା- ଆସାମ ଯୋଡି ଉନିତ କ୍ରିଷ୍ଣା ବିଭି ଓ ଆୟାନ ରଶିଦଙ୍କୁ ୧୮-୨୧, ୨୧-୮, ୨୧-୧୯ରେ ପରାସ୍ତ କରିଛନ୍ତି। ଅପରପକ୍ଷରେ ୧୭ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ ବିଭାଗରେ ମହରାଷ୍ଟ୍ରର ତାରା ସାହା ଓ ଉତ୍ତର ପ୍ରଦେଶର ମାନସୀ ସିଂ ଫାଇନାଲରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ସେମିରେ ଟପ୍‌ ସିଡ ମାନସୀ ହାରିୟାଣାର ବିଜେତା ହରିଶଙ୍କୁ ୨୧-୮, ୧୮- ୨୧, ୨୧-୧୩ରେ ପରାସ୍ତ କରିଥିଲେ। ସେହିପରି ଚତୁର୍ଥ ସିଡ ତାରା ୨୧-୧୩, ୨୧-୧୯ରେ ସପ୍ତମ ସିଡ ଉତ୍ତର ପ୍ରଦେଶର ତନୀଶା ସିଂଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri