Posted inଖେଳ

ଜାତୀୟ ସବ୍‌ଜୁନିୟର ବାଳିକା ଫୁଟବଲ ଆରମ୍ଭ

କଟକ ଅଫିସ, ୮ା୬-ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକର ବାରବାଟୀ ଓ ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌। ଉଦ୍‌ଘାଟନୀ ଦିବସରେ ୩ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଝାଡ଼ଖଣ୍ଡ ୪-୧ ଗୋଲରେ ହରିୟାଣାକୁ, ମହାରାଷ୍ଟ୍ର ୫-୧ ଗୋଲରେ ତେଲେଙ୍ଗାନାକୁ ଓ ତାମିଲନାଡୁ ୬-୦ ଗୋଲରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଓଡ଼ିଶା ଗ୍ରୁପ-‘ଇ’ରେ ସ୍ଥାନ ପାଇଛି। ଶନିବାର ଉତ୍ତରାଖଣ୍ଡ ବିପକ୍ଷରେ ଓଡ଼ିଶା ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଡ୍ରିମ୍ସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଉପସଭାପତି ବଳରାମ କର, ଡ୍ରିମ୍ସର କ୍ରୀଡ଼ା ନିର୍ଦ୍ଦେଶକ ନବ କିଶୋର ମିଶ୍ର, ଅନଙ୍ଗ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri