Categories: ଜାତୀୟ

ଜାତୀୟ ଶିକ୍ଷାନୀତି ଚିଠା ଚୂଡ଼ାନ୍ତ

ନୂଆଦିଲ୍ଲୀ,୩୦ା୧୦: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହେବାର ପ୍ରାୟ ୫ ମାସ ପରେ ଜନସାଧାରଣଙ୍କ ମତାମତ ପାଇଁ ଏହାକୁ ସାର୍ବଜନୀନ କରାଯାଇଛି। ୫୫ ପୃଷ୍ଠା ସମ୍ବଳିତ ଜାତୀୟ ଶିକ୍ଷାନୀତି(ଏନ୍‌ଇପି)-୨୦୧୯ର ଏହି ଚୂଡ଼ାନ୍ତ ଚିଠାକୁ ମେ-୨୦୧୯ ସଂସ୍କରଣ(୪୮୦ ପୃଷ୍ଠା) ପରିବର୍ତ୍ତେ ବ୍ୟବହାର କରାଯିବ। ଏଥିରେ କେତେକ ସଂସ୍ଥା, ନିୟନ୍ତ୍ରକ ଓ ସରକାରଙ୍କ ଶାଖା ପାଇଁ ଗାଇଡ୍‌ଲାଇନ୍‌ ରହିଛି। ଶିକ୍ଷା ଅଧିକାର (ଆର୍‌ଟିଇ) ଆଇନକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ଥିବା ପ୍ରସ୍ତାବକୁ ଏଥିରୁ ବାହାରେ ରଖାଯାଇଛି। ଏନେଇ ବିଚାର କରାଯିବ ବୋଲି ଏନ୍‌ଇପିରେ କୁହାଯାଇଛି। ସେହିପରି ପାଠ୍ୟକ୍ରମର ବୋଝ କମାଇବା ଓ ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାନ ବୃଦ୍ଧି ଉପରେ ମଧ୍ୟ ନୂଆ ଶିକ୍ଷା ନୀତିରେ ଗୁରୁତ୍ୱାରୋପ କରାଯାଇଛି।

Share