ଜାତୀୟ ରାଜପଥ ୫୯ ନଂ. ଉପରେ ପାଣି

ହିଞ୍ଜିଳିକାଟୁ/ଶେରଗଡ,୭ା୯(ଡ଼ି.ଏନ୍‌.ଏ)-ଲଗାଣ ବର୍ଷାରେ ବେହାଲ ହୋଇଛି ହିଞ୍ଜିଳିକାଟୁ ଓ ଶେରଗଡ। ବର୍ଷା ପ୍ରଭାବରେ ଜାତୀୟ ରାଜପଥ ନଂ-୫୯ର ହିଞ୍ଜିଳିକାଟୁ ବ୍ଲକ ମକରଝୋଳ, ପୋଚିଲିମା, ସୋମପୁର, ପୋଡ଼ିଙ୍ଗୀଠାରେ ରାସ୍ତା ଉପରେ ୪ରୁ ୫ଫୁଟରେ ବର୍ଷାପାଣି ପ୍ରବାହିତ ହେଉଛି। ଫଳରେ ଗମନାଗମନ ବନ୍ଦ ରହିଛି। ଗୁରୁବାର ସକାଳ ୮ରୁ ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ ଅଞ୍ଚଳରେ ୨୪୪ମିମି ବର୍ଷା ରେକର୍ଡ଼ ହୋଇଛି। ଯାହାକି ଜିଲାରେ ସର୍ବାଧିକ। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥର ଡ଼ିଭାଇଡ଼ରକୁ ଭାଙ୍ଗି ବର୍ଷା ଜଳକୁ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପ୍ରବାହିତ କରାଯାଇଛି। ରାସ୍ତା ପାର୍ଶ୍ୱ କେନାଲ ପୋତି ପାଣିର ଗତିପଥ ବଦଳାଇବାର ଏହା କୁପରିଣାମ ବୋଲି ଅଞ୍ଚଳବାସୀ କହିଛନ୍ତି। ଯେଉଁସବୁ ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ସେଠାରେ ବ୍ୟାପକ ଚାଷ ଜମିକୁ ପ୍ଲଟ କରିବା ପାଇଁ ମାଟି ପକାଇ ଜଳର ଗତି ପଥକୁ ବନ୍ଦ କରାଯାଇଥିଲା। ଚୈତନ୍ୟପଡ଼ା ଠାରୁ ହିଞ୍ଜିଳିକାଟୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ କେନାଲ ପୋତି ହୋଇ ଯାାଇଛି। ଅନ୍ୟ ପକ୍ଷରେ ଜାନବିଲି ପ୍ରକଳ୍ପ ପାଇଁ ବ୍ରହ୍ମପୁର ସହରକୁ ପାଣି ପାଇପ ବିଛାଇବାବେଳେ ହିଞ୍ଜିଳି ଠାରୁ ଚୈତନ୍ୟପଡ଼ା ପର୍ଯ୍ୟନ୍ତ ଲମ୍ବିଥିବା କେନାଲକୁ ମାଟି ପକାଇ ବନ୍ଦ କରି ଦିଆଯାଇଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ବର୍ଷା ପ୍ରଭାବରେ ଜଳଘେରା ଅଞ୍ଚଳ ବୁଲି ଦେଖିଛନ୍ତି। ତାଙ୍କ ସହ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ବ୍ଲକ ଓ ପଞ୍ଚାୟତର ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ବୁରୁପୋଡ଼ା, ନୂଆ ବୁରୁପୋଡ଼ା, ପୁଟିଆପଦର,ବାଳକୃଷ୍ଣପୁର, ପୋଡ଼ିଙ୍ଗୀ ଆଦି ଜଳବନ୍ଦୀ ଅଞ୍ଚଳ ଦେଖି ତୁରନ୍ତ ପାଣି ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟତଃ ବାଳକୃଷ୍ଣପୁର ଠାରେ ବର୍ଷା ଜଳ ଋଷିକୂଲ୍ୟା ନଦୀକୁ ଠିକଭାବେ ନିଷ୍କାସନ ହୋଇ ପାରୁ ନ ଥିବାରୁ ପ୍ରତିବର୍ଷ ୬ରୁ ୮ହଜାର ଏକର ଚାଷ ଜମିର ଫସଲ ନଷ୍ଟ ହେଉଥିବା ବହୁ ଚାଷୀ ଜିଲାପାଳଙ୍କୁ କହିଥିଲେ। ସେହିପରି ଶେରଗଡ ବ୍ଲକର ପିତଳ, ତହଁର, ବ୍ରାହ୍ମଣଛାଇ ପଞ୍ଚାୟତବାସୀ ଏକ ପ୍ରକାର ଆତଙ୍କରେ ଅଛନ୍ତି। କାରଣ ତହଁର ଠାରୁ ବ୍ରାହ୍ମଣଛାଇ ସଂଯୋଗ କରୁଥିବା ଏକ ପୋଲ ତଳକୁ ଲାଗି ପାଣି ପ୍ରବାହିତ ହେଉଛି। ଫଳରେ ପିତଳ, ପାକିଡି, ସନ୍ତୋଷପୁର, କାଞ୍ଜିଆମା, ବ୍ରାହ୍ମଣଛାଇ, ଗୁଡିସର ଗ୍ରାମର ଜନସାଧାରଣ ଏକ ପ୍ରକାର ଆଶଙ୍କାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ସନ୍ତୋଷପୁର ରାଜସ୍ବ ନିରୀକ୍ଷକ ପ୍ରମୁଖ ଉକ୍ତ ଗ୍ରାମ ମାନଙ୍କରେ ଥିବା ଆଶ୍ରୟ ସ୍ଥଳୀ ଗୁଡିକ ଯାଞ୍ଚ କରି ଫେରିଛନ୍ତି। ସେହିପରି ଡେଙ୍ଗାପଦର ପଞ୍ଚାୟତ ବାକିଲିକଣା ଗ୍ରାମରେ ପାଣି ପଶି ଜଣଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତହସିଲଦାର ତଦନ୍ତ କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଲ୍ଲୀ ଗ୍ରାମର ରାସ୍ତା ଧୋଇ ଯିବାରୁ ଯାତାୟତ ବନ୍ଦ ରହିଛି। ନନ୍ଦନୀ ନଦୀ ଜଳସ୍ତର ବଢୁଥିବାରୁ ଲୋକେ ଆଶଙ୍କାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri