ଜାତୀୟ ରାଜପଥ ସମତୁଲ କଲା ଯୁବକ ସଂଘ

ନୂଆପଡା ଅଫିସ/ତରବୋଡ,୨୯।୮(ଡି.ଏନ.ଏ.)  ଦୀର୍ଘ ୫ ବର୍ଷ ଧରି ନିର୍ମାଣ କାମ ଚାଲିଥିବା ଜାତୀୟ ରାଜପଥ ୩୫୩ କାମ ଆଜି ଯାଏଁ ଶେଷ ହେଉନି। ଠିକାଦାରଙ୍କ ଉଦାସୀନତା ଏବଂ ପ୍ରଶାସନିକ ଅବହେଳା ଯୋଗୁ ଏହା ମରଣଯନ୍ତା ପାଲଟିଛି। ଏଭଳିସ୍ଥିତିରେ ସ୍ଥାନୀୟ ମାନିଗୁଡା ଗାଁର ରେନବୋ ଯୁବକ ସଂଘ ଆଗକୁ ଆସି ରାସ୍ତା ମରାମତି କାମ କରିଛନ୍ତି । ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବୁଧବାର ଦୀର୍ଘ ୬ ଘଣ୍ଟା ଧରି ଜାତୀୟ ରାଜପଥ ମାନିଗୁଡା ଗାଁ ନିକଟରେ ଦୁଇ ଗୋଟି ପୋଲ ରାସ୍ତା ମରାମତି କରି ଶ୍ରମ ଦାନ କରିଛନ୍ତି ।
ନୂଆପଡାରୁ ଖଡିଆଳକୁ ଯାଇଥିବା ୩୫୩ ନଂ. ଜାତୀୟ ରାଜପଥ ଦୀର୍ଘ ୬୫ କି.ମି. ଦୂରରାସ୍ତା ରହିଛି । ଏହାକୁ ଏକ ଠିକା କମ୍ପାନୀ ଗତ ୫ ବର୍ଷ ତଳେ କାମ ଆରମ୍ଭ କରିଥିଲା। ପ୍ରଶାସନକୁ ଖାତିର ନ କରି କାମ ସବୁ ଅଧାପନ୍ତରିଆ କରି ଛାଡି ଦେଇଛି । ଜିଲାର ଦଲଦଲି, ପଲସିପାଣୀ, ତରବୋଡ, ଉଦ୍ୟାନବନ୍ଧ, କୋମନା, ପେଣ୍ଡ୍ରାବନ୍ଧ, ଖଡିଆଳ ନିକଟରେ ରାସ୍ତା ଶୋଚନୀୟ ହୋଇପଡିଛି। ବିଭିନ୍ନ ସମୟରେ ଜିଲାବାସୀ ଆନ୍ଦୋଳନ କରି ରାସ୍ତାରୋକୋ କରୁଥିବାବେଳେ ପ୍ରଶାସନ ନିର୍ମାଣ କରାଯିବ ବୋଲି କେବଳ ପ୍ରତିଶ୍ରୁତି ଦେଉଛି । ଏହା ପରବର୍ତ୍ତି ସମୟରେ କାମକୁ ଆସୁନାହିଁ । ବର୍ତ୍ତମାନ ଲଗାଣ ବର୍ଷାରେ ରାସ୍ତାରେ ଦୁଇଚକିଆ, ଚାରି ଚକିଆ ଯାନ ସବୁ ଚାଲିପାରୁନାହିଁ । ବିଭିନ୍ନ ଯାଗାରେ ବିରାଟ ଗର୍ତ୍ତ ସବୁ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କୋମନା ବ୍ଲକ ମାନିଗୁଡା ଗାଁର ରେନବୋ କ୍ଲବ କର୍ମକତ୍ତାମାନେ ପଦକ୍ଷେପ ନେଇଛନ୍ତି । ବୁଧବାର ସକାଳ ୮ଟାରେ କ୍ଲବ ସଭାପତି ଅଶୋକ ମାଝିଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ୱ ଯୁବକ ହାତରେ କୋଦାଲ ଧରି ରାସ୍ତା ମରାମତି କରିଥିଲେ। ଦୀର୍ଘ ୬ ଘଣ୍ଟା ଧରି କାମ କରି ଗୋଡି, ବାଲି, ଗେଟି ଦେଇ ରାସ୍ତାର ଖାଲଗୁଡିକୁ ସମତୁଲ କରିଥିଲେ। ମାନିଗୁଡାରୁ ତରବୋଡ ଏବଂ ମାନିଗୁଡାରୁ ଜଡାମୁଣ୍ଡା ଛକ ପଟକୁ ଥିବା ରାସ୍ତା ପୋଲ ନିକଟରେ ଦୀର୍ଘ ଦିନ ଧରି ଖାଲ ହୋଇ ପଡିରହିଥିଲା । ଏଥିରେ ବହୁ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ହେଉଥିବା ଖବର ରହିଛି । ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଯାତୀ୍ରମାନେ ଏହାକୁ ଦେଖି ପ୍ରଶଂସା କରିଥିବାବେଳେ ପ୍ରଶାସନକୁ ନିନ୍ଦା କରିଥିଲେ । ଆଗକୁ ଏହା ଜାରି ରହିବ । ଆଗାମୀ ଦିନରେ ଆହୁରି କାମ କରିବା ସହ ଅନ୍ୟାନ୍ୟ କ୍ଲବ କର୍ମକର୍ତ୍ତାଙ୍କୁ ଏଥିରେ ସାମିଲ ହେବାକୁ ଆହ୍ବାନ କରିବେ ବୋଲି ସଭାପତି ମାଝି କହିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ, ଗୁଡ୍ଡୁ, ଡୋଲା, କୁନାଲ, ଚିନ୍ତା ପ୍ରମୁଖ ସାମିଲ ଥିଲେ। କ୍ଲବ ପରାମର୍ଶଦାତା ଭାବେ ଦିବତି, ଅନିରୁଦ୍ଧ, ଗୁପ୍ତେ, ନବୀନ, ବିଭୂତି, ଦିନବନ୍ଧୁ ମଧ୍ୟ ଯୋଗଦେଇ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri