ଜାତୀୟ ରାଜପଥ ପାର୍ଶ୍ୱରୁ ହଟାଯିବ ଦୋକାନ

ଛତ୍ରପୁର,୧୩ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ା ଗତବର୍ଷ ମେ ମାସ ସୁଦ୍ଧା ଜିଲାରେ ୩୫୭ଟି ସଡକ ଦୁର୍ଘଟଣା ଘଟିଥିଲା। ଚଳିତ ବର୍ଷ ମେ ମାସ ସୁଦ୍ଧା ୩୪୨ଟି ସଡକ ଦୁର୍ଘଟଣା ଘଟିଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ସୂଚନା ଦେଇଥିଲେ ା ବେପାରୁଆ ଗାଡିଚାଳନା, ଟ୍ରାଫିକ ନିୟମ ନ ମାନିବା, କମ୍‌ ବୟସର ପିଲାମାନେ ଗାଡି ଚଳାଇବା ଆଦି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଇଥିଲା। ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ବୋର୍ଡ ଓ ସିସି କ୍ୟାମେରା ଲଗାଇବା ପାଇଁ ମାଲିକମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସିସି କ୍ୟାମେରାର ଫୁଟେଜ୍‌କୁ ଆଧାର କରି ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ସ୍କୁଲ ଖୋଲିବା ମାତ୍ରେ ଛାତ୍ରୀଛାତ୍ରମାନଙ୍କୁ ନେବା ଆଣିବା କରୁଥିବା ବସ୍‌, ଅଟୋରିକ୍ସା ଗୁଡିକ ଠିକ୍‌ ଅଛି କି ନାହିଁ ତାହା ତନଖି କରିବାକୁ ଜିଲାପାଳ କହିଥିଲେ ା ଛାତ୍ରୀଛାତ୍ରମାନେ ନିଜେ କିପରି ନିଜର ଯତ୍ନ ନେଇପାରିବେ ସେ ବିଷୟରେ ସେମାନଙ୍କୁ ସଚେତନ କରାଯିବ। ଏଥିସହ ପିଲାମାନେ ମଧ୍ୟ ନିଜ ଅଭିଭାବକଙ୍କୁ ହେଲମେଟ୍‌ ବ୍ୟବହାର କରିବାକୁ ଜଣାଇବେ ା ଭାଙ୍ଗି ଯାଇଥିତ୍ବା ରାସ୍ତା ଗୁଡିକର ମରାମତି ଓ ପୁନରୁଦ୍ଧାର କରାଯିବା ଉପରେ ଜିଲାପାଳ ଗୁରୁତ୍ୱ ଆରୋପ କରିଥିଲେ। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗୁଡିକର ବୁଲାଣି ରାସ୍ତାରେ ଉତ୍ତଳ ଦର୍ପଣ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି। ବ୍ରହ୍ମପୁର ଯିବା ରାସ୍ତାରେ ଥିବା ଲୁହା ବ୍ୟାରିକେଡ ଗୁଡିକ ମରାମତି କରିବାକୁ କୁହାଯାଇଛି। ଜାତୀୟ ରାଜପଥରେ ମଧ୍ୟ କ୍ୟାମେରା ଲଗାଇ ହେଲମେଟ୍‌ ନ ପିନ୍ଧି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମୋଟରଯାନ ଆଇନ୍‌ ଅନୁଯାୟୀ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜାତୀୟ ରାଜପଥ କଡରେ ଥିବା ଦୋକାନ ଗୁଡିକୁ ହଟାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗାଡି ଚାଳକ ମାନଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ଶିବିର କରାଯିବ ବୋଲି କୁହାଯାଇଛି। ବୈଠକରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର୍‌, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଭିନ୍ନ ବିଭାଗର ଯନ୍ତ୍ରୀ ଓ ଜିଲା ଟ୍ରକ୍‌ ଆସୋସିଏଶନ୍‌ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri