ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର; ଭାଙ୍ଗିଯାଉଛି ନବନିର୍ମିତ ଡ୍ରେନ୍‌ ସ୍ଲାବ୍‌

କାମାକ୍ଷାନଗର, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ୨୦୦ନଂ. ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ହେଲେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ବାଇସିଙ୍ଗାର ପୂର୍ବତନ ସରପଞ୍ଚ ହିତେନ୍ଦ୍ର ବିଶ୍ୱାଳ। ଠିକାସଂସ୍ଥା ପକ୍ଷରୁ ଡ୍ରେନ୍‌ ଏବଂ ସ୍ଲାବ୍‌ ନିର୍ମାଣ ଭାଗମାପ ଅନୁଯାୟୀ ହୋଇନାହିଁ। ଭାରିଯାନ ଗଲାବେଳକୁ ସ୍ଲାବ୍‌ ଭାଙ୍ଗିପଡୁଛି। ଏ ନେଇ ସେ ଠିକାସଂସ୍ଥା କର୍ତ୍ତୃପକ୍ଷ ଏବଂ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ହିତେନ୍ଦ୍ରଙ୍କ କହିବା କଥା, ପରଜଙ୍ଗ ବ୍ଲକ ପିତିରି ଛକଠାରୁ କାମାକ୍ଷାନଗର ମାଳପୁରା ଯାଏ କୁନାଲ ଠିକାସଂସ୍ଥା କାମ କରୁଥିବାବେଳେ ମାଳପୁରାଠାରୁ ସୁକିନ୍ଦା ଯାଏ ବାଲାଜୀ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ରାସ୍ତା ନିର୍ମାଣ କିପରି ହେବ, ଏଥିରେ ସାମଗ୍ରୀର ଅନୁପାତ କେତେ ରହିବ ଏବଂ କେଉଁ କେଉଁ ସାମଗ୍ରୀ ଲାଗିବ ସେ ସମ୍ପର୍କିତ କୌଣସି ସୂଚନା ଫଳକ କାର୍ଯ୍ୟସ୍ଥଳରେ ଲଗାଯାଉନାହିଁ। ମାଳପୁରା ଗ୍ରାମ ନିକଟରେ ଠିକା କମ୍ପାନୀ ପକ୍ଷରୁ ଓଭରବ୍ରିଜ୍‌ କାମ ଚାଲିଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ କରାଯିବା ସହ ସ୍ଲାବ୍‌ ଦ୍ୱାରା ଘୋଡ଼ଣି ବ୍ୟବସ୍ଥା କରାଯାଇଛି। ହେଲେ ଏହି ସ୍ଲାବ୍‌ ତିଆରିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଅଞ୍ଚଳବାସୀ ପ୍ରତିବାଦ କଲେ କେହି ଶୁଣୁନାହାନ୍ତି। ଶୁକ୍ରବାର ଡ୍ରେନ୍‌ର ସ୍ଲାବ୍‌ ଦେଇ ଏକ ଇଟା ବୋଝେଇ ଟ୍ରାକ୍ଟର ଯାଉଥିବାବେଳେ ଏହା ଭାଙ୍ଗିଯାଇଥିଲା। ଫଳରେ ଟ୍ରାକ୍ଟରଟି ଡ୍ରେନ୍‌ ଭିତରକୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ଚାଳକ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ହିତେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚତ୍ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏପରି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଜଣାଇଥିଲେ। ହେଲେ କେହି ଏହାକୁ ଗୁରୁତ୍ୱ ଦେଉ ନ ଥିବା ସେ କହିଛନ୍ତି। ଏ ନେଇ ଜିଲା ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଏହା ଆମ ବିଭାଗର କାର୍ଯ୍ୟ ନୁହେଁ। ତଥାପି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri