ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ହାଇଓ୍ବା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଡ଼ବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ନଂ. ଜାତୀୟ ରାଜପଥର ବାରବାଙ୍କଠାରେ ସୋମବାର ମଧ୍ୟାହ୍ନରେ ଏକ ହାଇଓ୍ବା ଟ୍ରକ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ଡ୍ରାଇଭର ବର୍ତ୍ତିଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରୁଗୁଡିରୁ ଭଦ୍ରାସାହି ଅଭିମୁଖେ ଆସୁଥିବା ହାଇଓ୍ବା (ଓଆର୧୫ ଏନ୍‌୮୭୦୫)ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲ। ଏହା ଦେଖି ଡ୍ରାଇଭର ଗାଡ଼ିକୁ ଛିଡାକରି ଓହ୍ଲାଇ ଯାଇଥିଲେ। ଖବରପାଇ ବଡ଼ବିଲ ଅଗ୍ନଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ତାହା ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ତେବେ ବ୍ୟାଟେରିରେ ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।