ଜାତୀୟ ପ୍ରାଣୀ ରୋଗ୍‌ ନିରାକରନ୍‌ ସଚେତନତା କାଯ୍‌କରମ; ଦୁଇଗୁନା ହେବା ଚାଷୀକର ଆଏ: ପ୍ରଧାନମନ୍ତ୍ରୀ

ଚିପିଲିମା, ୧୨।୯ (ଡି.ଏନ୍‌.ଏ.): ରାଷ୍ଟ୍ରୀୟ ଫାଟୁଆ ବୃସେଲୀ ରୋଗ୍‌ର ନିରାକରନ୍‌ ଆରୁ କୃତ୍ରିମ ପ୍ରଜନନ୍‌ ଜରିଆରେ ଚାଷୀର ଆଏକେ ଦୁଇଗୁନା କରବାର ଲାଗି ଆଏଜ୍‌ ମଥୁରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍‌ପନ୍‌ ଉଛବ୍‌ କରିଥିଲେ। ଇ ଉଧେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକ କର୍ଡୋଲା ଗଁା ବୁନାକାର ଗୋଷ୍ଠୀକେନ୍ଦ୍ରନେ କୃଷକ୍‌ କରମ୍‌ଶାଲା ଆର ସଚେତନତା କାଯ୍‌କରମଟେ ହେଇଥିଲା। ଭାରତ ସରକାର ଗୋକୁଳ ମିଶନ୍‌ ଆର ପ୍ରାଣୀ ସମ୍ପଦ ବିକାଶ ବିଭାଗର କାଯ୍‌କରମକେ ଚିପିଲିମାରେ ଥିବାର ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ଗୋପାଲକ ଚାଷୀ ଭାଇମାନକୁ ନେଇ ଗୁଟେ ସଚେତନତା କାଯ୍‌କରମ ହେଇଥିଲା। ଇ କାଯ୍‌କରମଥି ଏମ୍‌.ପିକଁର ପର୍‌ତିନିଧି ଆଶିଷ କୁମାର ହୋତା କୁନୁଅଁା ହିସାବେ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲା ପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୀତା ଛୁରିଆ, ଉପାଧ୍ୟକ୍ଷା ସୁଷମା ସାହୁ, କରଡେଳା ସରପଁଚ୍‌ ବିଶ୍ୱବନ୍ଦ୍ୟା ବଢ଼ାଇ ପରମୁଖ ଯୋଗ୍‌ଦେଇ ଚାଷୀମାନକୁ ଉଛାହିତ୍‌ କରିଥିଲେ। ସେନ୍‌ତା ସିଡିଭିଓ ଡା.ସରୋଜ କୁମାର କାନୁନଗୋ ସଭାରେ ଚାଷୀମାନକୁ କେନ୍‌ତାକଲେ ଆଏ ଦୁଇଗୁନା ହେଇପାରବା ସେ ବାବ୍‌ଦେ ବୁଝେଇଥିଲେ। ଚିପିଲିମା ପ୍ରାଣୀଧନ ଫାର୍ମର ଯୁଗ୍ମ ନିର୍ଦ୍ଦେଶକ ଡା.ପ୍ରଦୀପ୍ତ କୁମାର ସିଂ ଫାଟୁଆ ଆର ବୃସେଲା ରୋଗ୍‌ ନିରାକରନ୍‌ ବାବ୍‌ଦେ ଚାଷୀକୁ ବୁଝେଇଥିଲେ। ସେନ୍‌ତା କର୍ଡୋଲା ଗଁାର ଯୁବ ଗୋପାଲକ୍‌ ଚାଷୀ ଅଶ୍ୱିନୀ ନାୟକ ନିଜର ଅଭିଗିଅଁତା ଆର ସମସିଆ ଚାଷୀକୁ ସୂଚନା ଦେଇଥିଲେ। ଇ କାଯ୍‌କରମରେ ଆସର ପାସର ୧୦୦ରୁ ଅଧ୍‌କା ଚାଷୀ ଯୋଗ୍‌ ଦେଇଥିଲେ। କେଭିକେ ମୁଖିଆ ବୈଜ୍ଞାନିକ ଡ.ସାଶ୍ୱତ ପଟ୍ଟନାୟକ ସଭା ପରିଚାଲନା କରବାର ସଂଗେ ଶେଷେ ଧଏନ୍‌ବାଦ ଦେଇଥିଲେ। ଇତାର ବାହାରେ କେତେ ଚାଷୀ ନିଜର ଗାଈ ଧରିକରି ଆସିଥିଲାବେଲେ ଆୟୋଜକ୍‌ମାନକର ତରଫୁ ଗାଈକର ଲାଗି ଘାସ ମୁଠେର ବେବସ୍‌ତା ବି ନାଇଁହେଇ। ଏନ୍‌ତାଥି ଗାଈମାନେ ଭୁଖେ ରଡିବୁବାଲି ଛାଡ଼ୁଥିବାର ଦେଖ୍‌ବାକେ ମିଲିଥିଲା। ହେଲେ ବାକି ଅତିଥି ଅଭିଅଗତ୍‌ମାନକର ଲାଗି ବନେ ବରକସିଆ ଖାନାପିନାର ବେବସ୍‌ତା ହେଇଥିଲା। ଇଥିରଲାଗି କେତେ ଚାଷୀ ଅସନ୍‌ତୋଷ ପରକାଶ କରିଥିଲାବେଲେ ପଛେ ଗଁାର ଚାଷୀମାନେ ନିଜେ ଗାଈକର ଲାଗି ଘାସ ପୁଆଲର ବେବସ୍‌ତା କରିଥିଲେ। ପଛେ ସବୁ ଗାଈକୁ ଟୀକା ଦିଆଯାଇଥିଲା। ଲାଇନ ବିଭାଗ ସମ୍ବଲପୁର ଡିଆର ଡ.ନବୀନ ଦାସ, ହୀରାକୁଦ ଭିଏସ୍‌ ଡା.ମୀରାଶ୍ରୀ ପତି, ରେଙ୍ଗାଲି ଏଭିଏସ୍‌ ଡା.ସାଗରିକା ମିଶ୍ର, ସମ୍ବଲପୁର ଏସ୍‌ଭିଡିଓ ଡା.ହରିବନ୍ଧୁ ଭୋଇ, ରେଙ୍ଗାଲି ବିଭିଓ ଡା.କ୍ଷୀରୋଦ ପଟେଲ ପରମୁଖ ଇ କାଯ୍‌କରମରେ ଯୋଗ ଦେଇଥିଲେ। ସବୁଯାଗ ଯୁଗାଡ଼ ଚିପିଲିମା କେଭିକେ କରିଥିଲାବେଲେ କେଭିକେର ସବୁ ଅଧ୍‌କାରୀ କରମଚାରୀ ସହଯୋଗ କରିଥିଲେ।