ଜାତୀୟ ଡେଙ୍ଗୁ ଦିବସ : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ୬ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି। ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ୨୫ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗୁ ସମସ୍ତେ ସୁସ୍ଥ ହୋଇପାରିଛନ୍ତି। ଔଷଧୀୟ ମଶାରି ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଫଳରେ ରାଜ୍ୟରେ ଉଭୟ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଏ ନେଇ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଡ. ମେହେର୍ଦ୍ଦା ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଦେଶରେ ୧୯୪୫ ମସିହାରୁ ଡେଙ୍ଗୁ ଚିହ୍ନଟ କରାଯାଇଛି। ୧୯୮୮ରେ ପ୍ରଥମେ ଏହା ଦିଲ୍ଲୀରେ ମହାମାରୀ ରୂପ ଗ୍ରହଣ କରିଥିଲା। ୨୦୧୮ରେ ଦେଶରେ ୮୯,୯୭୪ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୪ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ଓଡ଼ିଶାରେ ୨୦୧୦ରେ ପ୍ରଥମେ ଡେଙ୍ଗୁ ରୋଗ ଚିହ୍ନଟ କରାଯାଇଥିଲା। ୨୦୧୮ରେ ମୋଟ ୫,୧୯୮ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏମାନଙ୍କ ମଧ୍ୟରୁ ୧୫୫୯ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସିଥିଲେ। ଏହା ଏକ ଜନସ୍ବାସ୍ଥ୍ୟ ସମସ୍ୟା ହୋଇଥିବାରୁ ଏହାର ନିୟନ୍ତ୍ରଣ ଓ ନିରାକରଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଔଷଧୀୟ ମଶାରି ବ୍ୟବହାର ଓ ଆଗୁଆ ପ୍ରତିକାର ନିଆଯିବା ଫଳରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ମେହେର୍ଦ୍ଦା ସୂଚନା ଦେଇଥିଲେ। ଏହାସହ ଭେକ୍ଟରବାହିତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଆଉ ୫୬ଲକ୍ଷ ଔଷଧୀୟ ମଶାରି ମଗାଇଥିବା ସେ କହିଥିଲେ।
ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ ଜଳ ଓ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରାଯାଇଥିବା କହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଡା. ଲିଙ୍ଗରାଜ ମିଶ୍ର, ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ସୁଶୀଲ କର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଓ କେନ୍ଦ୍ର ଏନ୍‌ଭିବିଡିସିପି ଯୁଗ୍ମ ନିର୍ଦ୍ଦେଶକ ଡା. ସୁଖବିର୍‌ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri