ଜାତୀୟ କନ୍ୟାସନ୍ତାନ ଦିବସ କନ୍ୟା ଏକ ଉଜ୍ଜ୍ୱଳ ତାରକା

ଗଣିଆ,୨୬ା୧(ଡି.ଏନ୍‌.ଏ.): ପୁଅଟିଏ ଜନ୍ମହେଲେ ରୋଜଗାର କରି ପୋଷିବ ଓ ବଂଶ ରକ୍ଷା କରିବ ା କନ୍ୟା ସନ୍ତାନ ଜନ୍ମ ହେଲେ ପରଘରକୁ ଚାଲିଯିବ ଏବଂ ବିବାହ ବେଳେ ଯୌତୁକ ପାଇଁ ମା’ବାପାଙ୍କ ଲାଗି ବୋଝ ସାଜିବ। ଏଭଳି ହୀନ ମାନସିକତା ଯୋଗୁ ସମାଜରେ ଦିନକୁ ଦିନ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ୨୦୦୮ରୁ ପ୍ରତିବର୍ଷ ଜାନୁୟାରୀ ୨୪ ତାରିଖକୁ ଜାତୀୟ କନ୍ୟାସନ୍ତାନ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ଶନିବାର ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରାଯାଇଛି। ଏଥିରେ ପୁଅ-ଝିଅ ମଧ୍ୟରେ ଥିବା ଅସମାନତା, ବାଲ୍ୟବିବାହ, ବଳାତ୍କାର, ଲିଙ୍ଗ ନିରୂପଣ, ଭ୍ରୂଣହତ୍ୟା ଓ ଦୈନଦିନ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲିଙ୍ଗଗତ ଭେଦଭାବ ଯୋଗୁ କନ୍ୟା ଶିଶୁମାନେ ଶିକ୍ଷା, ଚିକିତ୍ସା, ପୋଷଣ ପରି ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସମାଜରେ ଲିଙ୍ଗଗତ ବୈଷମ୍ୟ ରହିଥିଲେ ସୁଦ୍ଧା ପୁଅମାନଙ୍କ ତୁଳନାରେ ଝିଅମାନେ ଶିକ୍ଷା, କ୍ରୀଡା, ସାମରିକ, ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଛନ୍ତି। ନାରୀଠାରୁ ସୃଷ୍ଟି ଆରମ୍ଭ। କନ୍ୟାଟିଏ ଭବିଷ୍ୟତରେ ଏକ ଉତ୍ତମ ଝିଅ, ଭଉଣୀ, ସ୍ତ୍ରୀ, ମା’ ଏବଂ ଅନ୍ୟ କେତେ ଭଲ ସମ୍ବନ୍ଧ ସୃଷ୍ଟି କରେ। ସ୍ନେହ ଓ ଯନତ୍ର ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେଲେ କନ୍ୟାଟିଏ ଏକ ଉଜ୍ଜ୍ୱଳ ତାରକା ଭାବେ ପ୍ରସ୍ଫୁଟିତ ହେବ ବୋଲି ଅତିଥିମାନେ ଦୃଢୋକ୍ତି ପ୍ରକାଶ କରିଥିଲେ। ରୁଗ୍‌ଣ ମାନସିକଗ୍ରସ୍ତ ମା’ବାପା ମା’ ଗର୍ଭରେ ଥିବା ନିଷ୍ପାପ ଶିଶୁକୁ ହତ୍ୟା କରିବାଠାରୁ ଆରମ୍ଭ କରି କନ୍ୟାଟିକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଚାଲିଛନ୍ତି। କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଏଭଳି ଆଚରଣକୁ ଦୂର କରିବା ସହ ବାଲ୍ୟବିବାହ, ଭ୍ରୂଣହତ୍ୟା ଓ ହିଂସା କିଭଳି ରୋକାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବାଲ୍ୟବିବାହକୁ ରୋକିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସମସ୍ତେ ଶପଥ ପାଠ କରିଥିଲେ ା ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ମୁଖ୍ୟଅତିଥି ଓ ସିଡିପିଓ ଲଷ୍ମୀ ଦାସ, ମେଡିକାଲ ଅଫିସର ଡା. ମଧୁସୂଦନ ଦାସ, ଗଣିଆ ସମିତିସଭ୍ୟା ସନ୍ଧ୍ୟାରାଣୀ ସାହୁ, ଜିୟୁସିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ପିଏଚଇଓ କମଳା ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri