ଜାତିସଂଘ ସୁରକ୍ଷା ପରିଷଦରେ ଚାଇନାକୁ ଟାର୍ଗେଟ କଲା ଭାରତ…

ଜେନେଭା,୧୦।୧୧: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ଚାଇନାକୁ ଟାର୍ଗେଟ୍‌ କରିଛି। ଚାଇନାର ନାମ ନ ନେଇ କହିଛି ଯେ, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ପାରସ୍ପରିକ ସହଯୋଗ ଏବଂ ନିଜର ବିକାଶ ଧାରାକୁ ଅବ୍ୟାହତ ରଖି ସର୍ବଦା ବିଶ୍ୱ ଏକତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି।

ୟୁଏନଏସସି ବର୍ତ୍ତମାନର ଅଧ୍ୟକ୍ଷ ମେକ୍ସିକୋର ନେତୃତ୍ୱରେ ସୁରକ୍ଷା ପରିଷଦରେ ’ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା: ବହିଷ୍କାର, ଅସମାନତା ଏବଂ ସଂଘର୍ଷ’ ପ୍ରସଙ୍ଗରେ ଖୋଲା ବିତର୍କ ବେଳେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ରାଜକୁମାର ରଞ୍ଜନ ସିଂ କହିଛନ୍ତି ଯେ, ଭାରତ ’ପଡ଼ୋଶୀ ପ୍ରଥମ’ ନୀତି ଅନୁସରଣ କରିଥାଏ।

ଏହା ଅନ୍ତର୍ଗତ ଭାରତ ସବୁବେଳେ ପଡ଼ୋଶୀଙ୍କ ସହ ରହି ଆସିଛି। ଏହା ସହିତ ଆଫ୍ରିକୀୟ ଏବଂ ଅନ୍ୟ ବିକାଶଶୀଳ ଦେଶମାନଙ୍କ ସହିତ ମିଳିମିଶି ଉନ୍ନତ ତଥା ସଶକ୍ତିକରଣ ପ୍ରୟାସକୁ ପ୍ରାଥମିକତା ଦେଇଥାଏ। ଏହା ଏବେ ସମ୍ପନ୍ନ ହେଉଛି ଏବଂ ସର୍ବଦା ଜାରି ରହିବ।

ରାଜକୁମାର ସିଂ କହିଛନ୍ତି, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ସହଯୋଗ ମାଧ୍ୟମରେ ବିଶ୍ୱସ୍ତରୀୟ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧିକୁ ସୁନିଶ୍ଚିତ କରିବା ସହିତ ସର୍ବଦା ବିଶ୍ୱ ଏକତାକୁ ବୃଦ୍ଧି କରିବାକୁ ଚେଷ୍ଟା କରିଛି। ଭାରତ ନିର୍ମାଣ କ୍ଷେତ୍ରରେ ସହଯୋଗ କରିଥାଏ ମାତ୍ର କୌଣସି ପରିସ୍ଥିତିରେ କାହାକୁ ଋଣଗ୍ରସ୍ତ କରିବା ଭଳି ସମସ୍ୟା ସୃଷ୍ଟି କରି ନ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ: କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ…

ଭୁବନେଶ୍ୱର,୧୪।୭:କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମଙ୍ଗଳବାର ଏକ ପ୍ରେସମିଟ ଜରିଆରେ ସେ ଏନେଇ ସୂଚନା…

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

ଜାତିସଂଘ ସୁରକ୍ଷା ପରିଷଦରେ ସଦସ୍ୟତା ପାଇଁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ,୧୪।୭:ଭାରତ ୨୦୨୮-୨୯ କାର୍ଯ୍ୟକାଳ ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅସ୍ଥାୟୀ ସଦସ୍ୟ ହେବା ପାଇଁ ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ନା ଘର ନା ଗାଡ଼ି…, ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପାଟନା,୧୪।୭: ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର (ଜୁଲାଇ ୧୩) ଭାଜପା ପ୍ରାର୍ଥୀ ନୀରଜ ସିହ୍ନା ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ଶପଥପତ୍ରରୁ କିଛି ବିବରଣୀ…

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଖେଳ ପଡ଼ିଆରେ ଲିଭିଗଲା ଜୀବନ ଦୀପ, ୨୨ ବର୍ଷୀୟ କ୍ରିକେଟରଙ୍କ ମୃତ୍ୟୁ

ଶ୍ରୀନଗର,୧୪।୭: ଜମ୍ମୁ କଶ୍ମୀରର ଡୋଡା ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଭାଦେରୱା ଅଞ୍ଚଳର ୨୨ ବର୍ଷୀୟ କ୍ରିକେଟର ସୁହେଲ ଅହମ୍ମଦ ଜୁଲାଇ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri