ଜାତିସଂଘ ଅର୍ଥନୀତି ବିଶେଷଜ୍ଞଙ୍କ ପ୍ରଶଂସା

ଜାତିସଂଘ,୧୫।୫(ପି.ଟି.): କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିକୁ ସଜାଡିବା ଲାଗି ଭାରତ ସରକାର ଆଣିଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜକୁ ଜାତିସଂଘର ଅର୍ଥନୀତି ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଏହା ସର୍ବବୃହତ ପ୍ୟାକେଜ୍‌। ଭାରତ ସରକାରଙ୍କ ଘୋଷଣା ସ୍ବାଗତଯୋଗ୍ୟ ବୋଲି ଗ୍ଲୋବାଲ ଇକୋନୋମିକ୍‌ ମନିଟରାଇଜିଂ ବ୍ରାଞ୍ଚ୍‌ ମୁଖ୍ୟ ହମିଦ ରଶିଦ୍‌ କହିଛନ୍ତି। ଭାରତର ଜିଡିପିର ୧୦ ପ୍ରତିଶତ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିବାବେଳେ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ୦.୫ରୁ ୧ ପ୍ରତିଶତ ପ୍ୟାକେଜ୍‌ ଆଣିଛନ୍ତି। ଆମେରିକା ଜିଡିପିର ୧୩ ପ୍ରତିଶତ ଏବଂ ଜାପାନ ୨୧ ପ୍ରତିଶତ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି।

Share