ଜାତିସଂଘରେ ସମ୍ବୋଧନ ଦେବା ପୂର୍ବରୁ ପରାଜୟ ସ୍ବୀକାର କଲେ ଇମ୍ରାନ ଖାନ୍‌

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବା ପୂବରୁ ପରାଜୟ ସ୍ବୀକାର କରିଛନ୍ତି ଇମ୍ରାନ ଖାନ୍‌। ସେ କହିଛନ୍ତି, ମୁଁ ଜାଣିଛି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ନେଇ ମୋ ଭାଷଣରେ କୌଣସି ଫରକ ପଡିବନି। କିନ୍ତୁ ମୁଁ ଏତିକି ଚାହୁଁଛି ଏ ପ୍ରସଙ୍ଗ ସାରା ବିଶ୍ୱ ଜାଣୁ। ସୂଚନାଯୋଗ୍ୟ, କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ବାରମ୍ବାର ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ବେଳେ ଭାରତ ମଧ୍ୟ ବିଭିନ୍ନ ମଞ୍ଚରେ କଡ଼ା ଜବାବ ଦେଉଛି। ଯାହାକି ପାକିସ୍ତାନକୁ ନିରାଶ କରିଛି। ତେବେ ପ୍ରଥମ ଥର ପାଇଁ ଗୋଟିଏ ବୈଠକରେ ମୋଦି-ଇମ୍ରାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଯାହାକୁ ଦୁଇ ଦେଶର ଲୋକଙ୍କ ସହ ସାରା ବିଶ୍ୱ ଉତ୍ସୁକତାର ସହ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

Share