ଜାତିସଂଘରେ ପାକିସ୍ତାନକୁ ଝଟ୍‌କା: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଦାବିକୁ ମନା

ଜେନେଭା,୧୧।୯: ଜାତିସଂଘରେ ପାକିସ୍ତାନକୁ ଏକ ଝଟ୍‌କା ଲାଗିଛି। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଆାଲୋଚନା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ କହିଛନ୍ତି। ଏହି ପ୍ରସଙ୍ଗରେ ଜାତିସଂଘ ମଧ୍ୟସ୍ଥତା କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଜାତିସଂଘରେ ଥିବା ପାକିସ୍ତାନ ପ୍ରତିନିଧି ମଲିହା ଲୋଧିଙ୍କ ପକ୍ଷରୁ ଏହି ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ପାକିସ୍ତାନ ଏହି ପ୍ରସଙ୍ଗରେ ଜାତିସଂଘର ମଧ୍ୟସ୍ଥତା ଲୋଡି ଥିଲା। ତେବେ ଏନେଇ ଜାତିସଂଘ ମହାସଚିବଙ୍କ ପ୍ରବକ୍ତା ଷ୍ଟେଫିନ୍‌ ଦୁଜାରେକ୍‌ କହିଛନ୍ତି ଯେ, ଭାରତ-ପାକିସ୍ତାନ ଯେ କୌଣସି ଆକ୍ରମଣାତ୍ମକ ପ୍ରତିକ୍ରିୟାରୁ ଦୂରେଇ ରହିବା ଆବଶ୍ୟକ। ଆପୋଷ ବୁଝାମଣା ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ଏହାର ସମାଧାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Share