ଜାତିସଂଘରେ ଗାନ୍ଧୀ ଜୟନ୍ତୀ

ଜାତିସଂଘ, ୩ା୧୦ : ଜାତିସଂଘ ସମେତ ବିଭିନ୍ନ ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ବିଶ୍ୱ ହିଂସାର ଭୟାବହତା ମଧ୍ୟଦେଇ ଗତି କରୁଥିବାବେଳେ ମହାତ୍ମା ଗାନ୍ଧୀଙ୍କ ଶାନ୍ତି ଓ ସ୍ଥାୟୀ ବିକାଶ ସମ୍ପର୍କିତ ଦୂରଦୃଷ୍ଟି ସାରା ବିଶ୍ୱ ପାଇଁ ପ୍ରାସଙ୍ଗିକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଗାନ୍ଧିଜୀଙ୍କ ନୀତି ଆଦର୍ଶ କୋଟି କୋଟି ଜନତାଙ୍କୁ ଅନୁପ୍ରାଣିତ କରିଥିଲା ବୋଲି ବିଶ୍ୱନେତାମାନେ ସ୍ମୃତିଚାରଣ କରିଥିଲେ। ମହାତ୍ମାଙ୍କ ୧୫୦ତମ ଜୟନ୍ତୀକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି। ଫ୍ରାନ୍ସ ଓ ଶ୍ରୀଲଙ୍କାରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ବତନ୍ତ୍ର ଡାକଟିକେଟ ଉନ୍ମୋଚନ କରାଯାଇଛି। ଆମେରିକାରେ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ନେପାଳର କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସରେ ଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଏହାକୁ ନେପାଳରେ ପ୍ରଥମ ଗାନ୍ଧୀମୂର୍ତ୍ତି ବୋଲି କୁହାଯାଉଛି।

Share