ଜାଣନ୍ତୁ ହେପାଇଟାଇଟିସ୍‌ ରୋଗର ଲକ୍ଷଣ, ନିରାକରଣ

ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହେପାଟାଇଟିସ୍‌ ଏମିତି ଏକ ସଂକ୍ରାମକ ରୋଗ ଯାହା ଲିଭର ପ୍ରତି ବିପଦ ଆଣିଥାଏ। ଲିଭର ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରେ ଟକ୍ସସିନ୍‌ସକୁ ସଫା କରିବା ସହ ପାଚନକ୍ରିୟାରେ ସହାୟତା କରିଥାଏ। ଲିଭରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ବିଶେଷ ଜରୁରୀ ।
ହେପାଟାଇଟିସ୍‌ ରୋଗର ଲକ୍ଷଣ :
– ତ୍ୱଚା ଏବଂ ଆଖି ହଳଦିଆ ପଡ଼ିଯାଏ।
– ଭୋକ ଲାଗି ନ ଥାଏ।
– ବାନ୍ତି ଲାଗିବା।
– ଜ୍ୱର ଏବଂ ଥକ୍କାପଣ ମାସ ମାସ ଧରି ଲାଗି ରହିଥାଏ।

କ’ଣ ଖାଇବେ ନାହିଁ :
-ମଦଠାରୁ ଦୂରେଇ ରୁହନ୍ତୁ। ମଦ ଲିଭର ଉପରେ କୁପ୍ରଭାବ ପକାଇଥାଏ।

– ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ସେବନ କରିବା ଅନୁଚିତ।

– ଫାଷ୍ଟଫୁଡ୍‌ଠାରୁ ଦୂରେଇ ରହିଲେ ଲିଭର ସୁସ୍ଥ ରହିଥାଏ।

– ଛେନା ଏବଂ ଲହୁଣି ଖାଆନ୍ତୁ ନାହିଁ।