Posted inଫୁରସତ

ଜାଣନ୍ତୁ ସ୍କୁଲ ବସ୍‌ ରଙ୍ଗ କାହିଁକି ହୋଇଥାଏ ହଳଦିଆ

ପ୍ରାୟ ଅଧିକାଂଶ ସ୍କୁଲ ବସ୍‌ର ରଙ୍ଗ ହଳଦିଆ । ତେବେ ଏହାକୁ ଦେଖୁଥିଲେ ମଧ୍ୟ କେତେକ ଲୋକ ଏଭଳି ହେବା ପଛର କାରଣ ସମ୍ପର୍କରେ ଜାଣି ନ ଥାନ୍ତି। ତେବେ ଏହାର ବୈଜ୍ଞାନିକ ଓ ସୁରକ୍ଷା ସମ୍ବଳିତ କାରଣ ରହିଛି। ଯେଉଁଥିପାଇଁ ଏହାର ରଙ୍ଗ ହଳଦିଆ ହୋଇଥାଏ। ତେବେ ଜାଣନ୍ତୁ ସେ ବିଷୟରେ।
ସୁରକ୍ଷା ଦୃଷ୍ଟିରୁ ସ୍କୁଲ ବସ୍‌ ହଳଦିଆ ରଙ୍ଗର ହୋଇଥାଏ। ହଳଦିଆ ରଙ୍ଗ ଦୂରରୁ ନଜରକୁ ଆସୁଥିବା ବେଳେ ରାତି, ବର୍ଷା, କୁହୁଡିରେ ମଧ୍ୟ ଦୂରରୁ ଦେଖାଯାଇଥାଏ। ଫଳରେ ଗାଡି ଅନେକ ସମୟରେ ଦୁର୍ଘଟଣାରୁ ବର୍ତ୍ତି ଯାଇଥାଏ। ହଳଦିଆ ରଙ୍ଗ ଆଖିକୁ ଶୀଘ୍ର ଦେଖାଯାଇଥାଏ। ଏହି ରଙ୍ଗ ଉପରକୁ ବ୍ୟକ୍ତିର ନଜର ପ୍ରଥମେ ଯାଏ ବୋଲି ୧୯୩୦ରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ପ୍ରମାଣିତ ହୋଇଛି।
ଏହାର ପଛରେ ଅନେକ କାରଣ ରହଛି। ଅନ୍ୟ ରଙ୍ଗ ତୁଳନାରେ ୧.୨୪ ଗୁଣ ଅଧିକ ଆକର୍ଷିତ କରିଥାଏ ହଳଦିଆ। ଏଥିଲାଗି ଏହା ଅନ୍ୟ ରଙ୍ଗ ତୁଳନାରେ ଆଖିକୁ ଶୀଘ୍ର ଦେଖାଯାଇଥାଏ। ଅପରପକ୍ଷେ ସ୍କୁଲ୍‌ ବସ୍‌କୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ତାହାର ଅନେକ ଗାଇଡଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଯେମିତି ସ୍କୁଲ୍‌ ବସ୍‌ ନାଁ, ତାହାର କର୍ତ୍ତବ୍ୟ, ସ୍କୁଲ୍‌ ସମ୍ପର୍କିତ ସମସ୍ତ ଖବର, ବସ୍‌ରେ ଜଣେ ଅଟେଣ୍ଡାଣ୍ଟ ଆଦି ରହିବେ। ଏଥିସହ ୪୦ରୁ ଅଧିକ ବେଗରେ ବସ୍‌ ଗତି କରି ନ ପାରିବା ଭଳି ଗାଇଡ୍‌ଲାଇନ। ଏଣୁ ସ୍କୁଲର ନିର୍ଦ୍ଧାରିତ ନିୟମ ଓ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ଗୁଡ଼ିକ ହଳଦିଆ ରଙ୍ଗର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri