ଜାଣନ୍ତୁ ମଧୁମେହ ରୋଗୀଙ୍କ ଲାଗି ଘିଅ ଖାଇବା କେତେଦୂର ଉଚିତ..

ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ରୋଗୀଙ୍କ ଲାଗି ଖାଦ୍ୟପେୟଜନିତ ଅନେକ କଟକଣା ଥାଏ। ଏଥିରେ ଅବହେଳା କଲେ ରକ୍ତରେ ସୁଗାରର ମାତ୍ରା ବଢ଼ିଥାଏ। ତେବେ ଅନେକ ସମୟରେ ମଧୁମେହ ରୋଗୀ ତାଙ୍କ ଖାଦ୍ୟପେୟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ୁଥିବାବେଳେ କେଉଁଟି ଖାଇବେ କେଉଁଟି ନାହିଁ ତାହା ଜାଣି ପାରି ନ ଥାନ୍ତି। ସେହିଭଳି ଗୋଟିଏ ହେଉଛି ଘିଅ। ତେବେ ଜାଣନ୍ତୁ ମଧୁମେହ ରୋଗୀଙ୍କ ଲାଗି ଘିଅ ଖାଇବା ଉଚିତ କି ନୁହେଁ…

ମଧୁମେହ ରୋଗୀଙ୍କଠାରେ ହୃଦ୍‌ଘାତ ଆଶଙ୍କା ରହିଥାଏ। ଘିଅରେ ଲିନୋଲେଇକ୍‌ ଏସିଡ୍‌ ରହିଥିବାରୁ ହୃଦ୍‌ଘାତଜନିତ ସମସ୍ୟା ଦୂର ହୋଇଥାଏ। ଏଥିସହ ଫ୍ୟାଟି ଏସିଡ ମେଟାବୋଲିଜିମ୍‌ ସକ୍ରିୟ କରିବା ସହ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତିଦିଏ।

ଘିଅକୁ ଭାତରେ ପକାଇ ଖାଇଲେ ଏହା ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ମାତ୍ର ଆପଣଙ୍କୁ ଏହା ଧ୍ୟାନ ଦେବାକୁ ହେବ ଘିଅ ଯେପରି ଦେଶୀ ହୋଇଥିବ।

ପ୍ରତିଦିନ ଡାଏଟ୍‌ରେ ଘିଅ ସାମିଲ କରିବା ଫଳରେ ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ମାତ୍ର ଏହା ପୂର୍ବରୁ ଡାକ୍ତରଙ୍କ ସଙ୍ଗେ ପରାମର୍ଶ କରିବା ଉଚିତ।