ଜାଣନ୍ତୁ ବର୍ଷାଦିନେ କିଭଳି ନେବେ ଗଛର ଯତ୍ନ

ଋତୁ ଅନୁସାରେ ଆମକୁ ଗଛର ଯତ୍ନନେବାକୁ ପଡ଼ିଥାଏ। ତେବେ ବର୍ଷାଦିନେ କିଭଳି ଯତ୍ନନେବା ଜାଣନ୍ତୁ ସେ ସମ୍ପର୍କରେ… .

ବର୍ଷାଦିନେ ଜୈବିକ ସାର ପ୍ରୟୋଗ କରନ୍ତୁ। ବର୍ଷାଦିନେ ଏହି ସାର ଗଛ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ଗଛର ଉତ୍ତମ ବୃଦ୍ଧି ପାଇଁ ମାସରେ ଅନ୍ତତଃ ୨ ଥର ସାର ବଦଳାନ୍ତୁ।
ପ୍ରତିଦିନ ସନ୍ଧ୍ୟାରେ ଗଛରେ ପାଣି ଦିଅନ୍ତୁ। ଦ୍ୱିପ୍ରହର ସମୟରେ ପାଣି ଦିଅନ୍ତୁ ନାହିଁ। କାରଣ ଏହି ସମୟରେ ପାଣି ଦେଲେ ଗଛ ମରିଯିବା ଆଶଙ୍କା ଥାଏ।
ଏହିଦିନେ ଟେରାସ୍‌ ଗାର୍ଡେନିଂ କରିବା ଲାଭଦାୟକ। ବର୍ଷା ହେବା ଦ୍ୱାରା ମାଟି ଭଲ ରହିଥାଏ ଏବଂ ଗଛର ବୃଦ୍ଧି ଠିକ୍‌ ଭାବେ ହୋଇଥାଏ। କନ୍ଦମୂଳ, ଆଳୁ, ଗାଜର ଆଦି ଗଛକୁ ଟେରାସ୍‌ ଗାର୍ଡେନରେ ଲଗାନ୍ତୁ ନାହିଁ। କାରଣ ଏପରି କଲେ ବିଲ୍‌ଡିଂ ପ୍ରତି ବିପଦ ଥାଏ।
ଏହି ଋତୁରେ ଗଛ ଖୁବ୍‌ ଶୀଘ୍ର ବଢ଼ିଥାଏ। ତେଣୁ ଏହାର ଅଗଗୁଡ଼ିକୁ ଅଳ୍ପ କାଟି ଦିଅନ୍ତୁ।
ସମୟ ସମୟରେ କୀଟନାଶକ ପକାନ୍ତୁ। ଏହାଦ୍ୱାରା ଗଛର ଉପଯୁକ୍ତ ବୃଦ୍ଧିରେ କୌଣସି ଅସୁବିଧା ରହିବ ନାହିଁ। ଚାରା ଲାଗିଥିବା ସ୍ଥାନରେ ପାଣି ଜମା କରି ରଖନ୍ତୁ ନାହିଁ। ନଚେତ୍‌ ଗଛ ପଚିଯିବା ଆଶଙ୍କା ରହିଛି।