ଜାଣନ୍ତୁ ଡିପ୍ରେସନ୍‌ର କାରଣ, ଲକ୍ଷଣ ବିଷୟରେ

ଡିପ୍ରେସନ୍‌ ମାନସିକ ଦୁଃଶ୍ଚିନ୍ତାର ଅନ୍ୟ ନାମ। ଆଜିକାଲିର ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଏଥିରେ ପୀଡିତ ହେଉଛନ୍ତି। ପାରିବାରିକ ଅସୁବିଧା ହେଉ ଅବା ବ୍ୟକ୍ତିଗତ ସମସ୍ୟା ଯୋଗୁ ଲୋକେ ଡିପ୍ରେସନର ଶିକାର ହେଉଛନ୍ତି। ଥାଇରଏଡ୍‌ ସମସ୍ୟା, ମେଡସିନ୍‌ର ସାଇଡ୍‌ ଇଫେକ୍ଟ ଆଦି ଏହାର ଅନ୍ୟ କାରଣ ବୋଲି କୁହାଯାଏ। ତେବେ ଡିପ୍ରେସନ୍‌ କ’ଣ ଏବଂ ଏହାର ଲକ୍ଷଣ ବିଷୟରେ ଅଧିକାଂଶ ଲୋକେ ଜାଣି ନ ଥାନ୍ତି। ଜାଣିବା ସେ ସମ୍ପର୍କରେ…

ଡିପ୍ରେସନ୍‌ରେ ପଡ଼ିଲେ ସେଥିରୁ ବାହାରିବା କଷ୍ଟକର। ଡିପ୍ରେସନ୍‌ ହେବା ଦ୍ୱାରା ମଣିଷ ଶରୀରରେ ଏକ ବଡ଼ ପରିବର୍ତ୍ତନ ଆସିଥାଏ। ଏମିତି ସ୍ଥିତିରେ ଜଣେ ଚାହିଁଲେ ବି ଖୁସି ହୋଇପାରି ନ ଥାଏ।

ଏହାର କାରଣ:
-ପରିବାର ସହ ଜଡିତ ସମସ୍ୟା
-ରିଲେସନ୍‌ଶିପ୍‌ରେ ଥିବା କାରଣ
-ମା’ବାପାଙ୍କଠାରୁ ଅଲଗା ହେଲେ ବା ସେମାନଙ୍କ ମୃତ୍ୟୁକୁ ନେଇ
-ପାଠ ପଢ଼ା ଏବଂ ଚାକିରିରେ ଲଗାତର ବିଫଳ ହେବା
-କରଜରେ ବୁଡିରହିବା
-ପରିବାରଠାରୁ ଦୂରେଇ ଏକାକୀ ରହିବା
-ଭବିଷ୍ୟତକୁ ନେଇ ଚିନ୍ତା

ଡିପ୍ରେସନର ଲକ୍ଷଣ:
-ଏକାପଣ
-ଚୁପ୍‌ଚାପ ରହିବା
-ଖୁସିକୁ ଉପଭୋଗ ନ କରିବା ଅର୍ଥାତ୍‌ ଖୁସି ଥିଲେ ମଧ୍ୟ ଭିତରୁ ଦୁଃଖୀ ରହିବା
-ଲୋକଙ୍କଠାରୁ ଦୂରେଇ ରହିବା
-ମୁଣ୍ଡ ବିନ୍ଧା
-ନିଜ ଚତୁଃପାର୍ଶ୍ୱର କିଛି ଠିକ୍‌ ହେଉ ନ ଥିବା ପରି ମନେହେବା

କ’ଣ କରିବେ:
-ଏମିତି ପରିସ୍ଥିତିରେ ନିଜ ଲୋକଙ୍କ ସହ କଥା ହେବା। ସେମାନଙ୍କ ସହ ସୁଖଦୁଃଖରେ ଭାଗି ହେବା।
-ଯୋଗ, ବ୍ୟାୟାମ କରିବା
-ନକାରାତ୍ମକ ଭାବନାକୁ ମନରୁ ଦୂରେଇ ଦେବା
-ଦିନକୁ ଅତି କମ୍‌ରେ ୭ରୁ ୮ ଘଣ୍ଟା ଶୋଇବା
-ପ୍ରତିଦିନ କିଛି ସମୟ ସୂର୍ଯ୍ୟକୀରଣରେ ଛିଡ଼ା ହେବା
-ବାହାରକୁ ବୁଲିବାକୁ ଯିବା