Categories: ଖେଳ

ଜାଣନ୍ତୁ କେଉଁ ଟିମ୍‌ କେତୋଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି

ଭାରତ ଓ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଦୁଇ ଟିମ କ୍ରିକେଟ ଇତିହାସରେ ପ୍ରଥମଥର ଲାଗି ପିଙ୍କ ବଲରେ ଡେ/ନାଇଟ ଟେଷ୍ଟ କ୍ରିକେଟ ଖେଳିବାକୁ ଓହ୍ଲାଇବେ। ଭାରତ ଗସ୍ତରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ପାଇଁ ସୌରଭ ଗାଙ୍ଗୁଲି ବିସିବିକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଆଜି ଭ୍ରମଣକାରୀ ବୋର୍ଡ ସ୍ବୀକାର କରିନେଇଛି।

ଏହା ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ହେବ। ଭାରତୀୟ ଟିମ ପୂର୍ବରୁ ପିଙ୍କ ବଲରେ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ରାଜି ନଥିଲା। ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ କ୍ୟାପଟେନ ବିରାଟ କୋହଲିଙ୍କୁ ରାଜି କରାଇଥିଲେ। ଏହା ପରେ ବଲ ବାଂଲାଦେଶ କୋର୍ଟରେ ଥିଲା। ଗାଙ୍ଗୁଲି ବହୁ ଆଗରୁ ପିଙ୍କ ବଲ କ୍ରିକେଟ ପାଇଁ ପ୍ରସ୍ତାବ ଦେଇ ଆସୁଛନ୍ତି। ସେ ୨୦୧୬-୧୭ରେ ଯେତେବେଳେ ବିସିସିଆଇ ଟେକ୍ନିକାଲ କମିଟିର ସଦସ୍ୟ ଥିଲେ, ସେତେବେଳେ ସେ ଘରୋଇ କ୍ରିକେଟରେ ପିଙ୍କ ବଲର ଉପଯୋଗ କରିବା ପାଇଁ ସୁପାରିସ କରିଥିଲେ। ଗାଙ୍ଗୁଲିଙ୍କ ମତରେ ଦିବାରାତ୍ର ଟେଷ୍ଟ ଦ୍ୱାରା ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ।
ତେବେ ଆସନ୍ତୁ ଜାଣିବା କେଉଁ ଦେଶ କେତୋଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିିଛନ୍ତି
ଏପର୍ଯ୍ୟନ୍ତ ମୋଟ ୧୧ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି।
ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଡିଲେଡରେ ୨୦୧୫ ନଭେମ୍ବର ୨୭ରୁ ୨୯ ମଧ୍ୟରେ ଖେଳାଯାଇଥିଲା।
ଅଷ୍ଟ୍ରେଲିଆ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଇଂଲଣ୍ଡ ଏପର୍ଯ୍ୟନ୍ତ ୩-୩ଟି ଦିବାରାତ୍ର ଷ୍ଟେ ମ୍ୟାଚ୍‌ ଖେଳିସାରିଛନ୍ତି।
ନ୍ୟୁଜିଲାଣ୍ଡ, ସାଉଥ ଆଫ୍ରିକା ୨ଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଲିଥିବାବେଳେ ଜିମ୍ବାଓ୍ବେ ଗୋଟି ଖେଳିଛି।
ଅଷ୍ଟ୍ରେଲିଆରେ ୫ଟି, ୟୁଏଇରେ ୨ଟି, ଓ୍ବେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡରେ ଏପର୍ଯ୍ୟନ୍ତ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି।

ଭାରତ, ବାଲାଂଦେଶ, ଆୟାରଲାଣ୍ଡ ଏବଂ ଆଫଗାନିସ୍ତାନ ଭଳି ଦେଶ ଏପର୍ଯ୍ୟନ୍ତ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିନାହାନ୍ତି।

Share