ଜାଣନ୍ତୁ କିପରି ଆରମ୍ଭ ହୋଇଥିଲା ଜୟା-ଅମିତାଭଙ୍କ ଲଭ୍‌ଷ୍ଟୋରି

ଜୟା ଏବଂ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ୪୬ ତମ ବିବାହ ବାର୍ଷିକୀ। ବିବାହ ସମୟର କିଛି ପୂରୁଣା ଫଟୋକୁ ସୋସିଆଲ ମିଡିଆରେ ଅମିତାଭ ଶେୟାର କରି ସ୍ମୃତିକୁ ତାଜା କରିଛନ୍ତି। ଏହି ଫଟୋରେ ଅଭିଷେକ କ୍ୟାପସନ୍‌ ବି ଲେଖିଛନ୍ତି, ‘ହାପି ଆନିଭର୍‌ସାରୀ ପ୍ୟାରେଣ୍ଟ୍‌ସ’। ଏହି ଖାସ୍‌ ଦିନରେ ଜାଣନ୍ତୁ ଜୟା ଏବଂ ଅମିତାଭଙ୍କ ଲଭ୍‌ଷ୍ଟୋରି। ଏକ ଚାଟ୍‌ ଶୋ’ରେ ଅମିତାଭ ତାଙ୍କ ଲଭଷ୍ଟୋରି ବିଷୟରେ କହିଛନ୍ତି। ବିଗ୍‌ ବି ଜୟାଙ୍କୁ ପ୍ରଥମେ ଏକ ମାଗାଜିନ୍‌ର କଭର ପୃଷ୍ଠାରେ ଦେଖିଥିଲେ। ଏହା ପରେ ବିଗ୍‌ ବି ଜୟାଙ୍କ ପ୍ରତି ଇମ୍ପ୍ରେସ ହୋଇଯାଇଥିଲେ। ଅମିତାଭ ସବୁବେଳେ ଚାହୁଁଥିଲେ ଏମିତି ଝିଅକୁ ସେ ଜୀବନସାଥୀ ବାଛିବେ ଯିଏ କି ଭିତରେ ଟ୍ରାଡ଼ିଶନାଲ ଆଉ ବାହାରେ ମଡର୍ନ ହୋଇଥିବେ। ଜୟାଙ୍କଠାରେ ଏସବୁ ଥିବା ଅନୁଭବ କରିଥିଲେ। ଜୟାଙ୍କ ଆଖି ତାଙ୍କୁ ସବୁଠୁ ଆକର୍ଷିତ କରିଥିଲା। ଏହାର କିଛିଦିନ ପରେ ଋଷିକେଶ ମୁଖାର୍ଜୀ ଫିଲ୍ମ ‘ଗୁଡ୍ଡି’ର ସ୍କ୍ରିପ୍ଟ ନେଇ ଅମିତାଭଙ୍କ ପାଖକୁ ଆସିଥିଲେ। ଏହି ଫିଲ୍ମରେ ଅମିତାଭଙ୍କ ସହିତ ଜୟାଙ୍କୁ କୋ-ଷ୍ଟାର ଭାବେ ନିଆଗଲା। ଅମିତାଭ ବି ଜୟାଙ୍କ ସହ କାମ କରିବା ପାଇଁ ବହୁ ଏକ୍ସାଇଟେଡ୍‌ ଥିଲେ। ଜୟା କୁହନ୍ତି, ଏହା ପ୍ରଥମ ଦେଖାର ପ୍ରେମ ନ ଥିଲା। ୧୯୭୦ରେ ସେ ଅମିତାଭଙ୍କୁ ପ୍ରମଥଥର ପୁଣେର ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ଦେଖିଥିଲେ। ଅମିତାଭଙ୍କ ପର୍ସନାଲିଟି ତାଙ୍କୁ ଖୁବ୍‌ ଭଲ ଲାଗିଥିଲା। ତା’ ପରେ ‘ଗୁଡ୍ଡି’ ଫିଲ୍ମର ଶୁଟିଂ ସେଟ୍‌ରେ ଦେଖା ହୋଇଥିଲା। ଏହା ପରଠାରୁ ବନ୍ଧୁତା ବଢ଼ି ପ୍ରେମରେ ରୂପାନ୍ତରିତ ହୋଇଥିଲା। ଏ ବିଷୟରେ ଜଣାପଡ଼ିବା ପରେ ଦୁଇ ପରିବାର ବିବାହ ପାଇଁ ରାଜି ହୋଇଯାଇଥିଲେ। ୧୯୭୩ ଜୁନ୍‌ ୩ରେ ଏହି ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଦିନ ହିଁ ଦୁଇଜଣ ଯାକ ଲଣ୍ଡନ ବୁଲିବାକୁ ଯାଇଥିଲେ। ବିବାହ ଉତ୍ସବରେ ଅମିତାଭଙ୍କ କିଛି ବନ୍ଧୁ ଓ ଜୟାଙ୍କ କିଛି ବନ୍ଧୁ ସାମିଲ ଥିଲେ। କହିରଖୁଛୁ, ୨୦୦୧ରେ ଅମିତାଭ ଏବଂ ଜୟା ସିଲ୍‌ଭର ସ୍କ୍ରିନ୍‌ରେ ‘କଭି ଖୁସି କଭି ଗମ୍‌’ରେ ଏକାଠି ନଜର ଆସିଥିଲେ। ଏହା ପରଠାରୁ ଫ୍ୟାନମାନେ ଏହି ଦୁଇଜଣଙ୍କୁ ଏକାଠି ଦେଖିବାର ସୁଯୋଗ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri