ଜାଣନ୍ତୁ..ଅଗଷ୍ଟ ୧୫ରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୯।୮(ବ୍ୟୁରୋ): ଅଗଷ୍ଟ ୧୫, ସ୍ବାଧୀନତା ଦିବସ ଉପଲକ୍ଷେ ଶୁକ୍ରବାର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ସେହିଭଳି କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅନୁଗୁଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୁରଭଞ୍ଜରେ ପ୍ରତାପ ଜେନା, ଢେଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାର୍ଣ୍ଡି, କନ୍ଧମାଳରେ ସୁଶାନ୍ତ ସିଂହ, ବଲାଙ୍ଗିରରେ ନବ ଦାସ, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ରଞ୍ଜନ ଦାସ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ, ଗଜପତିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ। ସେହିଭଳି ଭଦ୍ରକରେ ରାଜସ୍ବ ପରିଷଦ ସଭ୍ୟ, ଖୋର୍ଦ୍ଧାରେ ଆର୍‌ଡିସି, ବ୍ରହ୍ମପୁରରେ ଆର୍‌ଡିସି, ରାଉରକେଲାରେ ଆର୍‌ଡିସି ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ବରଗଡ଼, ବୌଦ୍ଧ, ଦେଓଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁରରେ ଜିଲାପାଳମାନେ ପତାକା ଉତ୍ତୋଳନ କରିବା ନେଇ ସ୍ଥିର ହୋଇଛି।