Categories: ଫୁରସତ

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ଟ୍ରେନ୍‌ ଏସିଆ ମହାଦେଶର ସବୁଠୁ ବଡ଼ ନେଟ୍‌ଓ୍ବାର୍କ। ପ୍ରତିଦିନ ୧୩ ହଜାରରୁ ଅଧିକ ଯାତ୍ରୀ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ବଗିର ଗେଟ୍‌ ନିକଟରେ ଥିବା ଝରକା କାହିଁକି ଭିନ୍ନ ଧରଣର ହୋଇଥାଏ। ଯଦି ନା, ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…


ଟ୍ରେନ୍‌ର ସ୍ଲିପର ଏବଂ ଜେନେରାଲ ବଗିର ଗେଟ୍‌ ନିକଟ ଦୁଇପାର୍ଶ୍ୱରେ ଦୁଇଟି ଝରକା ରହିଛି। ଏହି ଝରକା ସ୍ବତନ୍ତ୍ର ପ୍ରକାରର। ଏଥିରେ ଅଧିକ ରଡ୍‌ର ବ୍ୟବହାର କରାଯାଇଥାଏ। ଯାହା ଅନ୍ୟ କୌଣସି ଝରକାରେ ଲଗାଯାଇ ନ ଥାଏ। ଏହାର କାରଣ ହେଲା, ଯେତେବେଳେ ଯାତ୍ରୀମାନେ ଶୋଇପଡ଼ିଥାନ୍ତି ଗେଟ୍‌ ନିକଟ ଝରକାରୁ ଚୋର ସହଜରେ ଜିନିଷପତ୍ର ଚୋରି କରି ଖସି ପଳାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ଝରକାରେ ଅଧିକ ରଡ୍‌ର ବ୍ୟବହାର କରାଯାଇଛି। ତେଣୁ ଏହି ଝରକା ଅନ୍ୟ ଝରକା ତୁଳନାରେ ସ୍ବତନ୍ତ୍ର।

Share