Categories: ଫୁରସତ

ଜାଣନ୍ତି କାହିଁକି ରାତିରେ ଦେଖିବାକୁ ମିଳେ ଜୁଳୁଜୁଳିଆ ପୋକ

ରାତିରେ ଗଛଲତା ଏବଂ ଆଖପାଖରେ ଜୁଳୁଜୁଳିଆ ପୋକ ନିଶ୍ଚିତ ଦେଖିଥିବେ। ମାତ୍ର ଏହା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଦେଖାଯାଏ। କିନ୍ତୁ ଜାଣିଛନ୍ତି ଏହା ରାତିରେ କାହିଁକି ଜଳିଥାଏ ବୋଲି। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…


ଏହା ରାତିରେ ଜଳିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜର ପୁରୁଷ ସାଥୀଙ୍କୁ ଆକର୍ଷିତ ଏବଂ ଖାଦ୍ୟ ଅନ୍ବେଷଣ କରିବା। ଜୁଳୁଜୁଳିଆ ପୋକରେ ତିନି ପ୍ରକାରର ଆଲୋକ ଦେଖାଯାଇଥାଏ। ମାଈ ଜୁଳୁଜୁଳିଆ ପୋକ ରାତିରେ ଜଙ୍ଗଲରେ ଥିବା ଗଛ କୋରଡ଼ରେ ଅଣ୍ଡା ଦେଇଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଏମାନଙ୍କ ଅଣ୍ଡାରୁ ମଧ୍ୟ ଆଲୋକ ଦେଖିବାକୁ ମିଳିଥାଏ। ପୁରୁଷ ଏବଂ ମାଈ ଜୁୁଳୁଜୁଳିଆ ପୋକ ଚିହ୍ନିବାରେ ଯଦି ଅସୁବିଧା ହେଉଥାଏ ତେବେ ଯେଉଁ ଜୁଳୁଜୁଳିଆର ପର ନ ଥାଏ ତାହାକୁ ମାଈ ବୋଲି ଚିହ୍ନିବେ। ଏହା ଗୋଟିଏ ସ୍ଥାନରେ ବସିଥାଏ। ପୁରୁଷ ଜୁଳୁଜୁଳିଆ ପୋକ ରାତିରେ ହିଁ ଉଡ଼ି ବୁଲିଥାନ୍ତି। ଭାରତରେ ଏମାନଙ୍କ ସଂଖ୍ୟା ଢେର୍‌ ଅଧିକ। କିନ୍ତୁ ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଦକ୍ଷିଣ ଭାରତରେ ଅଧିକ ଆଲୋକ ଦେଉଥିବା ଜୁଳୁଜୁଳିଆ ପୋକ ଦେଖିବାକୁ ମିଳିଥାଏ।


୧୬୬୭ରେ ରବର୍ଟ ବୟଲ ନାମକ ଜଣେ ବୈଜ୍ଞାନିକ ଏହାର ଆବିଷ୍କାର କରିଥିଲେ। ଜୁଳୁଜୁଳିଆ ପୋକରେ ଫସ୍‌ଫରସ ଥିବାରୁ ଏହା ଆଲୋକ ଦେଇଥାଏ। କିନ୍ତୁ ଫସ୍‌ଫରସ ଜଣା ପଡ଼ିଥିଲା ଏହା ଫସ୍‌ଫରସ ଯୋଗୁ ନୁହେଁ ବରଂ ଲ୍ୟୁସିଫେରେସ୍‌ ନାମକ ପ୍ରୋଟିନ୍‌ ଯୋଗୁ ଏହା ଚମକିଥାଏ।

Share