Categories: ଜାତୀୟ

ଜଷ୍ଟିସ୍‌ ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟର ବିଚାରପତି

ନୂଆଦିଲ୍ଲୀ,୧୬ା୭(ପି.ଟି.): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ (ଏସ୍‌ଆଇସିସି)ର ବିଚାରପତି ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଜଣେ ଅନ୍ତର୍ଜାତୀୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ୨୦୨୧ ଜାନୁୟାରୀ ୪ରେ ଶେଷ ହେବ। ଏହା ଏକ ପାର୍ଟଟାଇମ୍‌ ନିଯୁକ୍ତି। ବର୍ଷକୁ ୩-୪ ଥର ସିଙ୍ଗାପୁର ଯିବାକୁ ପଡିବ ବୋଲି ଜଷ୍ଟିସ୍‌ ସିକ୍ରି କହିଛନ୍ତି। ଏସ୍‌ଆଇସିସି ହେଉଛି ସିଙ୍ଗାପୁର ସୁପ୍ରିମକୋର୍ଟର ଏକ ଅଂଶବିଶେଷ ଯାହା ବାଣିଜ୍ୟ କାରବାର ମାମଲାର ବିଚାର କରିଥାଏ। ଏଥିରେ ୧୬ ଜଣ ଅନ୍ତର୍ଜାତୀୟ ବିଚାରପତି ଅଛନ୍ତି।

Share